ଆମେରିକା ସିଜ କରିଥିବା ରୁଷ ତେଲ ଟ୍ୟାଙ୍କରରେ ଅଛନ୍ତି ୩ ଭାରତୀୟ । ଆମେରିକା ଦ୍ୱାରା ଜବତ କରାଯାଇଥିବା ରୁଷିଆ ପତାକାଯୁକ୍ତ ତୈଳ ଟ୍ୟାଙ୍କରରେ ଥିବା କ୍ରୁ ସଦସ୍ୟଙ୍କ ମଧ୍ୟରେ ତିନି ଜଣ ଭାରତୀୟ ଥିଲେ। ରିପୋର୍ଟରେ କ୍ରୁ ସଦସ୍ୟଙ୍କ ବିବରଣୀ ଦିଆଯାଇଛି ଯେ କ୍ରୁରେ ୩ ଜଣ ଭାରତୀୟ ନାଗରିକ, ୧୭ ଜଣ ୟୁକ୍ରେନୀୟ ନାଗରିକ, ୬ ଜଣ ଜର୍ଜିଆ ନାଗରିକ ଏବଂ ୨ ଜଣ ରୁଷିଆ ନାଗରିକ ଥିଲେ।ତେଲ ଟ୍ୟାଙ୍କର “ଆମେରିକୀୟ କଟକଣା ଉଲ୍ଲଂଘନ” କରୁଥିବା ୱାଶିଂଟନର ଅଭିଯୋଗର ଜବାବରେ, ରିପୋର୍ଟରେ କୁହାଯାଇଛି ଯେ ‘ମାରିନେରା’ ଡିସେମ୍ବର 24 ତାରିଖରେ ରୁଷ ପତାକା ତଳେ ଯାତ୍ରା କରିବା ପାଇଁ ଆଇନଗତ ଅନୁମତି ପାଇଥିଲା, ଯାହା ସମ୍ପୂର୍ଣ୍ଣ ଭାବରେ ଅନ୍ତର୍ଜାତୀୟ ଆଇନ ସହିତ ସମାନ ଥିଲା। ମାରିନେରା କ୍ରୁରେ ୧୭ ଜଣ ୟୁକ୍ରେନୀୟ ନାଗରିକ, ୬ ଜଣ ଜର୍ଜିଆନ୍ ନାଗରିକ, ତିନି ଜଣ ଭାରତୀୟ ନାଗରିକ ଏବଂ ଦୁଇଜଣ ରୁଷିଆନ୍ ନାଗରିକ ଅଛନ୍ତି ।

ଏଥିରେ ଏହା ମଧ୍ୟ କୁହାଯାଇଛି ଯେ ଅଟକ ଜାହାଜଟି ଗୟାନାର ପତାକା ତଳେ ଭଡା କରାଯାଇଥିଲା। ଡିସେମ୍ବର 24, 2025 ରେ, ଜାହାଜଟି ରୁଷ ପତାକା ତଳେ ଯାତ୍ରା କରିବା ପାଇଁ ଏକ ଅସ୍ଥାୟୀ ଅନୁମତି ପାଇଥିଲା। ମସ୍କୋ ମଧ୍ୟ ୱାଶିଂଟନକୁ ସାମୁଦ୍ରିକ ନୌଚାଳନା ସ୍ୱାଧୀନତା ଉପରେ ଅନ୍ତର୍ଜାତୀୟ ଆଇନ ପାଳନ କରିବାକୁ ଅନୁରୋଧ କରିଥିଲା। ଟ୍ୟାଙ୍କରରେ ୨୮ ଜଣ କ୍ରିଉ ମେମ୍ବର ଅଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୩ ଜଣ ଭାରତୀୟ । ୧୭ ଜଣ ୟୁକ୍ରେନ ଏବଂ ୬ ଜଣ ଜର୍ଜିଆ ନାଗରିକ ଅଛନ୍ତି । ଜାହାଜର କ୍ୟାପଟେନଙ୍କ ସମେତ ୨ ଜଣ ରୁଷ ନାଗରିକ ଅଛନ୍ତି । ସମସ୍ତଙ୍କ ମାନବୀୟ ବ୍ୟବହାର କରିବାକୁ ଏବଂ ତୁରନ୍ତ ମୁକ୍ତ କରି ଦେବାକୁ ଆମେରିକାକୁ କହିଛି ରୁଷିଆ । ଏବେ ଜାହାଜର ମାଲିକାନା ଯାଞ୍ଚ କରୁଛି ଆମେରିକା । ଗତକାଲି ରୁଷର ଏକ ତେଲ ଟ୍ୟାଙ୍କରକୁ ଜବତ କରିଥିଲା ଆମେରିକା । ସପ୍ତାହରୁ ଅଧିକ ସମୟ ଧରି ଆଟଲାଣ୍ଟିକ ସାଗରରେ ପିଛା କରିବା ପରେ ଭେନେଜୁଏଲାରୁ ଆସୁଥିବା ଋଷ ତେଲ ଟ୍ୟାଙ୍କରକୁ ଜବତ କରିଥିଲା ଆମେରିକା । ଆମେରିକା କରିଥିବା ଘେରାବନ୍ଦୀ ଅତିକ୍ରମ କରି ଏହି ଅଏଲ ଟ୍ୟାଙ୍କରଟି ଚାଲି ଆସିଥିବା ଅଭିଯୋଗ ହୋଇଥିଲା । ଗତ ମାସ ଠାରୁ ଆମେରିକା ଭେନେଜୁଏଲାରୁ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଜାରି କରିଥିଲା ।
