ଖେଳଦେଶ ବିଦେଶ

ଭାରତକୁ ୩୩୮ ରନର ଟାର୍ଗେଟ ଦେଲା ନ୍ୟୁଜିଲାଣ୍ଡ

ଭାରତ-ନ୍ୟୁଜିଲାଣ୍ଡ ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତ ଆଗରେ ବଡ଼ ସ୍କୋର ଛିଡ଼ା କରିଛି ନ୍ୟୁଜିଲାଣ୍ଡ ଟିମ୍ । ନ୍ୟୁଜିଲାଣ୍ଡ ପକ୍ଷରୁ ଲଗାତାର ଦ୍ବିତୀୟ ଥର ପାଇଁ ଦମଦାର ଶତକୀୟ ଇନିଂସ ଖେଳିଛନ୍ତି ଡାରେଲ ମିଚେଲ । ମିଚେଲ ୧୩୧ ବଲ୍ ରେ ୧୩୭ ରନ୍ ସ୍କୋର କରିଥିବା ବେଳେ ଗ୍ଲେନ୍ ଫିଲିପ୍ସ ୧୦୬ ରନ୍ ର ଏକ ବଡ ଇନିଂସ ଖେଳିଥିଲେ । ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଭାରତ ।  ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ଦଳ ଆରମ୍ଭରୁ ୱିକେଟ ହରାଇଥିଲା ।  ପରେ ମିଚେଲ ଏବଂ ଫିଲିପ୍ସ ପାଳି ସମ୍ଭାଳିଥିଲେ ।  ୫୦ ଓଭରରେ ନ୍ୟୁଜିଲାଣ୍ଡ ୮ ୱିକେଟ ହରାଇ ୩୩୭ରନ୍ କରିଛି ।  ଭାରତ ପକ୍ଷରୁ ଅର୍ଶଦୀପ ଓ ହର୍ଷିତ ରାଣା ୩ଟି ଲେଖାଏ ୱିକେଟ ନେଇଛନ୍ତି ।  ମହମ୍ମଦ ସିରାଜ ଓ କୁଳଦୀପ ଗୋଟିଏ ଲେଖାଏ ୱିକେଟ ନେଇଛନ୍ତି ।

India vs New Zealand Highlights, 2nd ODI: Daryl Mitchell, Will Young Shine  As NZ Register Record Chase In India | Cricket News

ତେବେ ଭାରତ ପାଇଁ ଆଜି କର ବା ମର ସ୍ଥିତି ଉପୁଜିଛି । ତିନି ଟିକିଆ ଦିନିକିଆ ସିରିଜ୍ ୧-୧ ରେ ବରାବର ଥିବାବେଳେ ଆଜିର ମ୍ୟାଚକୁ ଯିଏ ଜିତିବ ସେ ସିରିଜ୍ ବିଜୟ ହେବ । ତେଣୁ ଉଭୟ ଦଳ ମ୍ୟାଚକୁ ନିଜ ସପକ୍ଷରେ ନେବା ପାଇଁ ଆପ୍ରାଣ ଉଦ୍ୟମ କରିବେ ।

India vs New Zealand Prediction, 2nd ODI – Who will win today's match  between IND vs NZ? | CricTracker

Related posts

ସୁପ୍ରିମକୋର୍ଟର ନୂଆ ପ୍ରଧାନ ବିଚାରପତି ଭାବରେ ଶପଥ ନେଇଛନ୍ତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ

mahabharatanews

ବାୟ ପ୍ରଦୂଷଣ ବଢିବା ପ୍ରସଙ୍ଗ ନେଇ ଦିଲ୍ଲୀ ଏମ୍‌ସିଡିକୁ କୋର୍ଟଙ୍କ କଡା ନିର୍ଦ୍ଦେଶ

mahabharatanews

ହିଞ୍ଜିଳିକାଟୁ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା, ଯୋଗଦେଲେ ୬୦୦ରୁ ଅଧିକ ଛାତ୍ରଛାତ୍ରୀ

mahabharatanews