ଅପରାଧଓଡିଶା

ରାଉରକେଲା ରେଳ ଷ୍ଟେସନ ସାମ୍ନା ହତ୍ୟା ଘଟଣାରେ ୫ ଗିରଫ

ରାଉରକେଲା ରେଳ ଷ୍ଟେସନ ସାମ୍ନା ହତ୍ୟା ଘଟଣାରେ ୫ ଗିରଫ । ୫ ଅଭିଯୁକ୍ତଙ୍କୁ ଗିରଫ ନେଇ ସୂଚନା ଦେଲେ  ରାଉରକେଲା ଏସ୍‌ପି । ପ୍ଲାଣ୍ଟ ସାଇଡ୍ ଥାନା ଅଞ୍ଚଳରେ ଏକ ଚା’ ଦୋକାନୀକୁ ୨ ଦିନ ତଳେ ଛୁରି ଭୁସି ନିର୍ମମ ହତ୍ୟା କରାଯାଇଥିଲା । ଶୁକ୍ରବାର ରାତିରେ ରାଉରକେଲାର ଜନଗହଳିପୂର୍ଣ୍ଣ ରେଳ‌ଷ୍ଟେସନ ନିକଟସ୍ଥ ଅମରଭବନ ସମ୍ମୁଖରେ ଚା’ ଦୋକାନୀଙ୍କୁ ତିନି ଦୁର୍ବୃତ୍ତ ସଂଘବଦ୍ଧ ଭାବେ ଆକ୍ରମଣ କରି ଛୁରି ଭୁସି ନିର୍ମମ ଭାବେ ହତ୍ୟା କରିଥିଲେ । ସ୍ଥାନୀୟ ଦୋକାନୀ ମୃତକଙ୍କୁ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖି ଏକ ଘରୋଇ ହସ୍ପିଟାଲକୁ ନେଇଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ମୃତ ଚା’ ଦୋକାନୀଙ୍କ ନାମ  ଅବିନାଶ ଯାଦବ ହୋଇଥିବା ନେଇ ସୂଚନା ମିଳିଛି ।

ଘଟଣାର ତଦନ୍ତ କରି ସମସ୍ତ ଅଭିଯୁକ୍ତ ଗିରଫ କଲା ରାଉରକେଲା ପୋଲିସ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥଲା ବୋଲି ପୋଲିସ ସୂଚନା ଦେଇଛି ।  ଘଟଣାର ତଦନ୍ତ କରି ପ୍ଲାଣ୍ଟସାଇଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଘଟଣାରେ ସଂପୃକ୍ତ ୪ ଜଣ ଅଭିଯୁକ୍ତ ଏବଂ ଜଣେ ନାବାଳକକୁ ଗିରଫ କରିଛି ।  ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୩୬ରୁ ଅଧିକ ଅପରାଧିକ ମାମଲା ରହିଛି । ଅଭିଯୁକ୍ତଙ୍କ ନିକଟରୁ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି, ଗୋଟିଏ ବୋଲେରୋ, ଗୋଟିଏ କାର୍ ଏବଂ ୫ଟି ମୋବାଇଲ୍ ଜବତ କରାଯାଇଛି ।

Related posts

୨ ମହିଳା କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଭୋଟ୍ ଗଣତିର ୨୧ ରାଉଣ୍ଡ୍ ସୁଦ୍ଧା ଜୟ ଢ଼ୋଲକିଆ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବହୁ ଆଗରେ

mahabharatanews

ପ୍ରେମିକକୁ ହତ୍ୟା ଘଟଣାରେ ୧୪ ଜଣ ଅଭିଯୁକ୍ତ ଗିରଫ

mahabharatanews