ଓଡିଶା

ବିଦ୍ୟା ପବ୍ଲିକ୍ ସ୍କୁଲର ୧୨ତମ ବାର୍ଷିକ ଉତ୍ସବ ପାଳନ

ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ କଞ୍ଚୁରୁ ଠାରେ ଅବସ୍ଥିତ ବିଦ୍ୟା ପବ୍ଲିକ ସ୍କୁଲ ର ୧୨ ତମ ବାର୍ଷିକ ଉତ୍ସବ ପାଳନ ସ୍କୁଲ୍ ର ସଭାପତି ବାଇ ରାମଚନ୍ଦ୍ର ଙ୍କ ଅଧ୍ୟକ୍ଷତାରେ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ଆଇ. ଟି. ଆଇ ର ଅଧକ୍ଷ ଶ୍ରୀମତୀ ମୁକ୍ତିରାଣୀ ସାମନ୍ତ ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଶ୍ରି ଜଗନ୍ନାଥ ସାହୁ ସ୍ୱାସ୍ଥ୍ୟ ଶିକ୍ଷା ବିଭାଗ ,ଏବଂ ସେବାରାଣୀ ଦାସୀ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ୬୭ନମ୍ବର ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟା ବାଇ ଗୀତାଞ୍ଜଳି, ବଡ଼ଖେମୁଣ୍ଡି ପଞ୍ଚାୟତ ର ସମିତି ସଭ୍ୟା କେ ନର୍ମଦା ଉପସ୍ଥିତ ଥିଲେ। ସ୍କୁଲର ଅଧ୍ୟକ୍ଷ ଅଞ୍ଜନ୍ କୁମାର ପଣ୍ଡା ପରିଚାଳନା କରିଥିଲେ ଏହିକାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାରର ଖେଳ, ବକୃତା, ସଙ୍ଗୀତ ବା ବିଭିନ୍ନ ପ୍ରତିଯୋଗୀତା ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର ଛାତ୍ରୀ ଙ୍କୁ ସାଠିପିକେଟ ସହ ଟ୍ରଫି ଉପସ୍ଥିତ ଥିବା ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ପରିଶେଷରେ ଛାତ୍ର ଛାତ୍ରୀମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହୀପ୍ରକାର କାର୍ଯ୍ୟକ୍ରମକୁ ଦେଖି ଛାତ୍ର ଛାତ୍ରୀ ଓ ଅବିବାହାକ ମାନେ ଉତ୍ସାହିତ ହୋଇବା ସହ ବହୁତ ଖୁସି ହୋଇଥିବା ଦେଖିବାକୁ ମିଳିଥିଲା।ଏହି କାର୍ଯ୍ୟକ୍ରମ କୁ ବିଦ୍ୟା ପବ୍ଲିକ ସ୍କୁଲ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ସହୋଜୋଗ କରିଥିଲେ।

Related posts

ଭଷ୍ମୀଭୂତ ହେଲା ୨ ବଖରା

mahabharatanews

ଆଜିଠୁ ଭୁବନେଶ୍ବରରେ ସ୍ବାଭାବିକ ହେବ ଟ୍ରେନ୍ ସେବା

mahabharatanews

ସାଇଁପଡା ଉର୍ଦ୍ଦୁ ସ୍କୁଲରୁ ଲୁଟ୍

mahabharatanews