(ମହାଭାରତ/ନୂଆଦିଲ୍ଲୀ) : ଆଜି ଆଫଗାନିସ୍ତାନରୁ ପ୍ରାୟ ୫୦ ଟ୍ରକ ପିଆଜ ପଞ୍ଜାବର ଅଟାରୀ ସୀମମା ଦେଇ ଭାରତରେ ପହଞ୍ଚିଛି । ଗତ ସୋମବାର ଦିନ ମଧ୍ୟ ମଧ୍ୟ ୫୫ ଟ୍ରକ ପିଆଜ ଆଫଗାନିସ୍ତାନରୁ ଆସିଥିଲା । ଅଫଗାନିସ୍ତାନର ବ୍ୟବସାୟୀମାନେ ନିଜ ଦେଶର ଚାଷୀ ଏବଂ ଇରାନ, ଉଜବେକିସ୍ତାନରୁ ପିଆଜ ମଗାଇ ଭାରତକୁ ରପ୍ତାନି କରୁଛିନ୍ତି । ଏସବୁ ପିଆଜ ପହଞ୍ଚିବା ପରେ ରାଜସ୍ତାନ, ପଞ୍ଜାବ, ହିମାଚଳ ପ୍ରଦେଶ ଓ ହରିୟାଣାରେ ପିଅ÷ାଜର ହୋଲସେଲ ଦର ହ୍ରାସ ପାଇଛି ।
ଦେଶରେ ପିଆଜର ଉପଲବ୍ଧତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ୨୧ ହଜାର ଟନ ପିଆଜ ଆମଦାନୀ କରିବାକୁ ଅର୍ଡର ଦେଇଛନ୍ତି । ଇଜିପ୍ଟ ଓ ତୁର୍କୀରୁ ଏହି ପିଆଜ ଆମଦାନୀ କରିବାକୁ ଅର୍ଡର ଦେଇଛନ୍ତି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହା ଭାରତରେ ପହଁଚିବା ଆରମ୍ଭ କରିବ । ଏହା ଫଳରେ ଡିସେମ୍ବର ୩ୟ ସପ୍ତାହ ଠାରୁ ଦେଶରେ ପିଆଜ ଦର ଉଲ୍ଲେଖନୀୟ ଭାବେ କମିବା ଆଶା କରାଯାଉଛି । ଦେଶରେ ଏବେ ପିଅରାଜର ଆକାଶ ଛୁୃଁଆ ଦରକୁ ନେଇ ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଖାଉଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ । ଦେଶର ଅନେକ ୃଞ୍ଚଳରେ ପିଆଜ ଦର ୧୫୦ ଟଙ୍କ।। ଉପରେ ରହିଛି ।
ତେବେ ଆଶ୍ୱସ୍ତିର ବିଷୟ ହେଉଛି ଅଫଗାନିସ୍ତାନରୁ ମଗାଯାଇଥିବା ପିଆଜ ଏବେ ଭାରତରେ ପହଞ୍ଚିବା ଆରମ୍ଭ କରିଛି । ଗତ କିଛି ଦିନ ଭିରେ ଆଫଗାନିସ୍ତାରୁ ପ୍ରାୟ ୧୦୫ ଟ୍ରକ ପିଆଜ ଆସିଛି । ଏହା ଛଡା ରାଜସ୍ତାନରେ ପିଆଜର ନୂଆ ଅମମଳ ବାହାରିବାକୁ ଆରମ୍ଭ କରିଛି । ଏହା ଫଳରେ ଦେଶର ଉତ୍ତର ଓ ପଶ୍ଚିମ ଭାଗରେ ପିଆଜର ଦର ୧୦୦ ଟଙ୍କାକୁ ହ୍ରାସ ପାଇଛି ।
previous post
next post