ଓଡିଶା

୨୧ ହଜାର ଟନ ପିଆଜ ଆମଦାନୀ କରିବ ଭାରତ

(ମହାଭାରତ/ନୂଆଦିଲ୍ଲୀ) : ଆଜି ଆଫଗାନିସ୍ତାନରୁ ପ୍ରାୟ ୫୦ ଟ୍ରକ ପିଆଜ ପଞ୍ଜାବର ଅଟାରୀ ସୀମମା ଦେଇ ଭାରତରେ ପହଞ୍ଚିଛି । ଗତ ସୋମବାର ଦିନ ମଧ୍ୟ ମଧ୍ୟ ୫୫ ଟ୍ରକ ପିଆଜ ଆଫଗାନିସ୍ତାନରୁ ଆସିଥିଲା । ଅଫଗାନିସ୍ତାନର ବ୍ୟବସାୟୀମାନେ ନିଜ ଦେଶର ଚାଷୀ ଏବଂ ଇରାନ, ଉଜବେକିସ୍ତାନରୁ ପିଆଜ ମଗାଇ ଭାରତକୁ ରପ୍ତାନି କରୁଛିନ୍ତି । ଏସବୁ ପିଆଜ ପହଞ୍ଚିବା ପରେ ରାଜସ୍ତାନ, ପଞ୍ଜାବ, ହିମାଚଳ ପ୍ରଦେଶ ଓ ହରିୟାଣାରେ ପିଅ÷ାଜର ହୋଲସେଲ ଦର ହ୍ରାସ ପାଇଛି ।
ଦେଶରେ ପିଆଜର ଉପଲବ୍ଧତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ୨୧ ହଜାର ଟନ ପିଆଜ ଆମଦାନୀ କରିବାକୁ ଅର୍ଡର ଦେଇଛନ୍ତି । ଇଜିପ୍ଟ ଓ ତୁର୍କୀରୁ ଏହି ପିଆଜ ଆମଦାନୀ କରିବାକୁ ଅର୍ଡର ଦେଇଛନ୍ତି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହା ଭାରତରେ ପହଁଚିବା ଆରମ୍ଭ କରିବ । ଏହା ଫଳରେ ଡିସେମ୍ବର ୩ୟ ସପ୍ତାହ ଠାରୁ ଦେଶରେ ପିଆଜ ଦର ଉଲ୍ଲେଖନୀୟ ଭାବେ କମିବା ଆଶା କରାଯାଉଛି । ଦେଶରେ ଏବେ ପିଅରାଜର ଆକାଶ ଛୁୃଁଆ ଦରକୁ ନେଇ ସରକାରଙ୍କଠାରୁ ଆରମ୍ଭ କରି ସାଧାରଣ ଖାଉଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ । ଦେଶର ଅନେକ ୃଞ୍ଚଳରେ ପିଆଜ ଦର ୧୫୦ ଟଙ୍କ।। ଉପରେ ରହିଛି ।
ତେବେ ଆଶ୍ୱସ୍ତିର ବିଷୟ ହେଉଛି ଅଫଗାନିସ୍ତାନରୁ ମଗାଯାଇଥିବା ପିଆଜ ଏବେ ଭାରତରେ ପହଞ୍ଚିବା ଆରମ୍ଭ କରିଛି । ଗତ କିଛି ଦିନ ଭିରେ ଆଫଗାନିସ୍ତାରୁ ପ୍ରାୟ ୧୦୫ ଟ୍ରକ ପିଆଜ ଆସିଛି । ଏହା ଛଡା ରାଜସ୍ତାନରେ ପିଆଜର ନୂଆ ଅମମଳ ବାହାରିବାକୁ ଆରମ୍ଭ କରିଛି । ଏହା ଫଳରେ ଦେଶର ଉତ୍ତର ଓ ପଶ୍ଚିମ ଭାଗରେ ପିଆଜର ଦର ୧୦୦ ଟଙ୍କାକୁ ହ୍ରାସ ପାଇଛି ।

Related posts

କଟକ ମେୟର ସୁବାସ ସିଂଙ୍କ କୁଶ ପୁତ୍ତଳିକା ଦାହ କଲା ଜିଲ୍ଲା କଂଗ୍ରେସ

mahabharatanews

ଗାତରୁ ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

mahabharatanews

୧୦ ବଖରା ଭସ୍ମିଭୂତ, ୧୦ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କାର ସମ୍ପତ୍ତି ନଷ୍ଟ

mahabharatanews