ଓଡିଶା

ଓଡ଼ିଶା ହୋଟେଲ ଓ ରେସ୍ତୋରାଁ ସଂଘ ପାଳିଲା ୪୦ ବର୍ଷ ପୂର୍ତି ଉତ୍ସବ

ଓଡ଼ିଶା ହୋଟେଲ ଓ ରେସ୍ତୋରାଁ ସଂଘ ପାଳିଲା ୪୦ ବର୍ଷ ପୂର୍ତି ଉତ୍ସବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହୋଟେଲ୍‌ ମାଲିକ ମାନେ ପର୍ଯ୍ୟଟନ ପ୍ରତିନିଧି ସାଜିବାକୁ ଆହ୍ୱାନ ଦେଇଛନ୍ତି। ଓଡ଼ିଶାର ଆତିଥ୍ୟକୁ ସମୃଦ୍ଧ କରିବାରେ ହୋଟେଲ୍‌ ଆଣ୍ଡ୍ ରେଷ୍ଟୁରାଣ୍ଟ୍ ଆସୋସିଏସନ୍ ଅଫ୍ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇ ଆସିଛି। ହୋଟେଲ୍‌ ଶିଳ୍ପ ଜରିଆରେ କେବଳ ପର୍ଯ୍ୟଟନ କ୍ଷେତ୍ର ସମୃଦ୍ଧ ହେଉନାହିଁ, ବରଂ ଏହାର ପ୍ରଭାବ ଅନ୍ୟ କ୍ଷେତ୍ରର ବିକାଶରେ ପଡୁଛି। ରାଜ୍ୟର ଆର୍ଥିକ ପ୍ରଗତି ହେଉଛି ସରକାର ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ଭ୍ରମଣସ୍ଥାନ ଭାବେ ବିକାଶ କରାଇବା ସହ ବର୍ତ୍ତମାନ କାରାଭାନ୍ ଟୁରିଜିମ୍ ଜରିଆରେ ପର୍ଯ୍ୟଟକଙ୍କ ସୁନ୍ଦର ଅନୁଭୂତିକୁ ଗୁରୁତ୍ବ ଦେଇଛନ୍ତି।

ଏହି ପ୍ରକ୍ରିୟାକୁ ଶୀର୍ଷକୁ ନେବାପାଇଁ ଆତିଥ୍ୟ ଶିଳ୍ପ ସହ ଜଡ଼ିତ ହୋଟେଲ ମାଲିକ, ବ୍ୟବସାୟୀ ଓ କର୍ମକର୍ତ୍ତା ପ୍ରତ୍ୟେକ ପର୍ଯ୍ୟଟନ ପ୍ରତିନିଧି ପାଇଁ ଆସିବାକୁ ଆହ୍ୱାନ ଦେଇଛନ୍ତି। ପୁରୀ ହଲିଡେ ରିସର୍ଟସ୍ଠାରେ ଆୟୋଜିତ ଓଡ଼ିଶା ହୋଟେଲ ଓ ରେସ୍ତୋରାଁ ସଂଘର ୪୦ତମ ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସରକାର ବଜେଟ୍‌ରେ ପର୍ଯ୍ୟଟନକୁ ଗୁରୁତ୍ଵ ଦେଇଥିବା ସୂଚନା ଦେଇଛନ୍ତି । ସେପଟେ ପୁରୀର ପ୍ରସିଦ୍ଧ ଟଙ୍କତୋରାଣିର ଔଷଧୀୟ ଗୁଣ ଉପରେ ଆମେରିକା ରିସର୍ଚ୍ଚ କରୁଛି ବୋଲି କହିଛନ୍ତି ପୁରୀ ସାଂସଦ ସମ୍ବିତ ପାତ୍ର। ହୋଟେଲ ଶିଳ୍ପର ଭିତ୍ତିଭୂମି ଅପେକ୍ଷା ଆତିଥ୍ୟ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି। ଓଡ଼ିଶାରେ ଦେଶର ପ୍ରଥମ ଡିସ୍‌ନି ଲ୍ୟାଣ୍ଡ ହେଉ ବୋଲି ଆଶାବ୍ୟକ୍ତ କରିଛନ୍ତି ଓଡ଼ିଶା ହୋଟେଲ ଓ ରେସ୍ତୋରାଁ ସଂଘର ସଭାପତି ।

Related posts

ପରୀ ମୃତ୍ୟୁ ଘଟଣା: ଅଗଷ୍ଟ ୧୭ରେ ପରବର୍ତ୍ତୀ ଶୁଣାଣି

mahabharatanews

ଅଜଣା ଗାଡ଼ି ଧକ୍କା ରେ ମହିଳାଙ୍କ ମୃତ୍ୟୁ

mahabharatanews

ସଡ଼କ ଦୁର୍ଘଟଣା ହ୍ରାସ ଉପରେ ଗୁରୁତ୍ୱ

mahabharatanews