ଓଡିଶାରାଜନୀତି

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ କଟକ ଓ ଭୁବନେଶ୍ବରରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ର କାର୍ଯ୍ୟସୂଚୀ ରହିଛି । ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ କେନ୍ଦ୍ର ଗୃହମନ୍ତ୍ରୀ । ଆସନ୍ତାକାଲି ସକାଳେ କଟକ ମୁଣ୍ଡଳୀସ୍ଥିତ ସି.ଆଇ.ଏସ.ଏଫର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗଦେବେ । ଅପରାହ୍ଣରେ ଜଟଣୀ ଠାରେ ଜାତୀୟ ଫୋରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ  ଏବଂ କେନ୍ଦ୍ରୀୟ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାର, ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବେ । ତାପରେ ଭୁବନେଶ୍ୱର ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ନ୍ୟାୟ ସଂହିତା ପ୍ରଦର୍ଶନୀକୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏହାସହ ଫରେନସିକ ଶିକ୍ଷା ଓ ଯାଞ୍ଚ ପ୍ରକ୍ରିୟାକୁ ମଜଭୁତ କରିବାକୁ ଇ-ଟ୍ରାଞ୍ଜିଟ କ୍ୟାମ୍ପସର ଉଦଘାଟନ କରିବେ । ଏବଂ ଇଫକୋ-ପାରାଦୀପ ୟୁନିଟର ସଲଫ୍ୟୁରିକ ଏସିଡ ପ୍ଲାଣ୍ଟ ମଧ୍ୟ ଉଦଘାଟନ କରିବେ କେନ୍ଦ୍ର ଗୃହମନ୍ତ୍ରୀ ।

Related posts

ମୁଣ୍ଡରେ ଅମୃତଭଣ୍ଡା ପଡି ଚାଲିଗଲା ଅମୂଲ୍ୟ ଜୀବନ

mahabharatanews

ପୁରୀ ପୋଲିସର ବଡ଼ ସଫଳତା: ଖୋଲିଲା କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ମାମଲାର ଗୁମର

mahabharatanews

ଆଜି ପୌର ନିର୍ବାଚନ ପ୍ରଚାରର ଶେଷ ଦିନ

mahabharatanews