ଖେଳଦେଶ ବିଦେଶ

ବ୍ରେଣ୍ଡନ୍‌ ମ୍ୟାକଲମ୍‌ଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରିଛି ଇସିବି

ବ୍ରେଣ୍ଡନ୍‌ ମ୍ୟାକଲମ୍‌ଙ୍କ ଉପରେ ପୁନଃ ଆସ୍ଥା ପ୍ରକଟ କରିଛି ଇଂଲଣ୍ଡ ଆଣ୍ଡ୍‌ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) । ଆସେସ୍‌ ଓ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ରେ ଇଂଲଣ୍ଡର ସାଂଘାତିକ ବିପର୍ଯ୍ୟୟ ସତ୍ତ୍ୱେ ମୁଖ୍ୟ ପ୍ରଶିକ୍ଷକ ବ୍ରେଣ୍ଡନ୍‌ ମ୍ୟାକଲମ୍‌ଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ପୁନଃ ଆସ୍ଥା ପ୍ରକଟ କରିଛି ଇସିବି । ୨୦୨୭ ଦିନିକିଆ ବିଶ୍ୱକପ୍‌ ପର୍ଯ୍ୟନ୍ତ ମ୍ୟାକ୍‌ଲମଙ୍କୁ ସମସ୍ତ ୩ ଫର୍ମାଟ ଲାଗି ପୁନଃନିଯୁକ୍ତ କରିଛି । ବେନ୍‌ ‌ଷ୍ଟୋକ୍ସ ଟେଷ୍ଟ୍‌ ଅଧିନାୟକ ପଦ ମଧ୍ୟ ବଜାୟ ରଖିଥିବା ବେଳେ, ହ୍ୟାରି ବ୍ରୁକ୍‌ଙ୍କୁ ତାଙ୍କ ଡେପୁଟି ଭାବେ ମଧ୍ୟ ଅପରିବର୍ତ୍ତିତ ରଖାଯାଇଛି ।  ଆସେସ୍‌ରେ ଇଂଲଣ୍ଡ ୧-୪ ପରାଜୟ ବରଣ କରିଥିବାବେଳେ ଚଳିତ ମାସରେ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ଭାରତ ନିକଟରୁ ହାରି ବିଦାୟ ନେଇଥିଲା ।

It's not like football' – ECB defends sticking with Ashes leadership team |  The Independent

ଇସିବିର ପୁରୁଷ ଦଳ ପରିଚାଳନା ନିର୍ଦ୍ଦେଶକ ରବ୍‌ କି କହିଛନ୍ତି ମ୍ୟାକଲମ ଜଣେ ଶ୍ରେଷ୍ଠ ବ୍ୟକ୍ତି, ଯିଏ ଦଳକୁ ଠିକ ପଥରେ ନେଇପାରିବେ । କିଛି ଦିନ ତଳେ ଅଲ୍‌ରାଉଣ୍ଡର୍‌ ଲିଆମ୍‌ ଲିଭିଙ୍ଗଷ୍ଟୋନ୍‌ ଅଭିଯୋଗ କରିଥିଲେ ବର୍ତମାନର ପରିଚାଳନା ବ୍ୟବସ୍ଥା କୋର୍‌ ଗ୍ରୁପ୍‌ ଖେଳାଳିଙ୍କୁ ଖାତିର କରୁନାହିଁ । ବ୍ରିଟିସ୍‌ ମିଡିଆ ମଧ୍ୟ ଲେଖିଥିଲା ଯେ, ବାହାରକୁ ଏକାଠି ଦିଶୁଥିଲେ ମଧ୍ୟ ଆସେସ୍‌ ପରାଜୟ ସମୟରେ ବେନ୍‌ ଷ୍ଟୋକ୍ସଙ୍କ ସହ ବ୍ରେଣ୍ଡନ୍‌ ମ୍ୟାକ୍‌ଲମଙ୍କ ସମ୍ପର୍କ ବିଗିଡ଼ି ଯାଇଛି । ସୂଚନା‌ଯୋଗ୍ୟ, ନ୍ୟୁଜିଲାଣ୍ଡ୍‌ ପାଇଁ ୧୦ ଟେଷ୍ଟ୍‌ ଖେଳିଥିବା ବ୍ରେଣ୍ଡନ୍‌ ମ୍ୟାକଲମ୍‌ ୨୦୨୨ରୁ ଇଂଲଣ୍ଡ୍‌ ଦଳର ପ୍ରଶିକ୍ଷକ ଭୂମିକାରେ ରହିଛନ୍ତି ।

England coach Brendon McCullum under scrutiny over betting advertisements |  Cricket News - Times of India

Related posts

ବିହାର ନିର୍ବାଚନରେ ଏନଡିଏ ବିପୁଳ ବିଜୟ ପରେ ଏବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମକୁ ନେଇ ଚାଲିଛି ଚର୍ଚ୍ଚା

mahabharatanews

ପୂର୍ବତନ ଭାରତୀୟ କ୍ରିକେଟର ବିଶନ ସିଂହ ବେଦୀଙ୍କର ପରଲୋକ

mahabharatanews

ଆଜି ହେଉଛି ଏହି କିମ୍ବଦନ୍ତି କ୍ରିକେଟ ଯୁବରାଜ ସିଂ ଙ୍କ ଜନ୍ମଦିନ

mahabharatanews