ସୁପ୍ରିମକୋର୍ଟ ଏକ ଲିଭ୍-ଇନ୍ ରିଲେସନ ସମ୍ପର୍କିତ ଦୁଷ୍କର୍ମ ଓ ମାମଲାର ଶୁଣାଣି କରିଛନ୍ତି। କୋର୍ଟ କହିଛନ୍ତି ଯେ, ଯଦି ସମ୍ପର୍କ ସହମତିରେ ହୋଇଥାଏ ଏବଂ ଦମ୍ପତି ପରେ ଅଲଗା ହୋଇଯାଆନ୍ତି, ତେବେ ଏହାକୁ ଦୁଷ୍କର୍ମ ବୋଲି ବିବେଚନା କରାଯାଇପାରିବ ନାହିଁ। ଜଣେ ମହିଳା ଏହି ଅଭିଯୋଗ ଆଣିଥିବା ବେଳେ ସେ ଅଭିଯୋଗ କରିଛନ୍ତି ଯେ ପୁରୁଷ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ପ୍ରତି ଦୁଷ୍କର୍ମ କରିଛନ୍ତି। ତାଙ୍କର ଜଣେ ସନ୍ତାନ ଅଛନ୍ତି। ତେବେ ମାମଲାର ଶୁଣାଣି କାଳରେ କୋର୍ଟ ଦୁଇଜଣଙ୍କ ସମ୍ପର୍କ ବିଷୟରେ ପଚରାଉଚରା କରିଛି। କୋର୍ଟ କହିଛନ୍ତି ଯେ ଉଭୟ ବୟଷ୍କ ଓ ଦୀର୍ଘ ସମୟ ଧରି ସମ୍ପର୍କରେ ଥିଲେ।
ଜଷ୍ଟିସ୍ ନାଗାରତ୍ନା ଉଲ୍ଲେଖ କରିଛନ୍ତି ଯେ ଯେତେବେଳେ ପ୍ରାପ୍ତବୟସ୍କମାନେ ବିବାହ ବାହାରେ ଏକାଠି ରହିବାକୁ ପସନ୍ଦ କରନ୍ତି, ସେତେବେଳେ ଏପରି ସମ୍ପର୍କ ପ୍ରାୟତଃ ଅନ୍ତର୍ନିହିତ ବିପଦ ବହନ କରେ। “ଏହା ଏକ ଲିଭ୍-ଇନ୍ ସମ୍ପର୍କ। ସେ ବିବାହ ବିନା ପୁରୁଷଙ୍କ ସହିତ ଏକ ସନ୍ତାନ ଜନ୍ମ କରିଥିଲେ, ଏବଂ ଏବେ ସେ ବଳାତ୍କାର ଏବଂ ଆକ୍ରମଣ କହୁଛନ୍ତି। ଏହା କ’ଣ?” ଆବେଦନକାରୀଙ୍କ ଓକିଲ କୋର୍ଟକୁ ଜଣାଇଥିଲେ ଯେ ଅଭିଯୁକ୍ତ ୧୮ ବର୍ଷ ବୟସରେ ବିଧବାଙ୍କୁ ଭେଟିଥିଲେ ଏବଂ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଅଭିଯୁକ୍ତ ସେତେବେଳେ ବିବାହିତ ଥିଲେ ଏବଂ ତାଙ୍କର ଚାରି ଜଣ ସ୍ତ୍ରୀ ଥିଲେ, କିନ୍ତୁ ମହିଳା ଜଣକ ଏହା ଜାଣି ନଥିଲେ ବୋଲି ଓକିଲ ଦାବି କରିଛନ୍ତି।
