ଓଡିଶା

କ୍ରିଏଟିଭ ଜେନସ ନର୍ସିଙ୍ଗ ସ୍କୁଲର ଆନ୍ତର୍ଜାତୀୟ ସେବିକା ଦିବସ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ ସିଙ୍ଗିରି ଠାରେ ଥିବା କ୍ରିଏଟିଭ ଜେନସ ନର୍ସିଙ୍ଗ ସ୍କୁଲ ପକ୍ଷରୁ ଆନ୍ତର୍ଜାତୀୟ ନର୍ସିଙ୍ଗ ଦିବସ ପାଳିତ ହୋଇଯାଇଛି l ନର୍ସିଙ୍ଗ ସ୍କୁଲର ଚେୟାରମ୍ୟାନ ଶ୍ୟାମ ସୁନ୍ଦର କରଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଳାଭର କଲେଜର ଅବସରପ୍ରାପ୍ତ ଅଧକ୍ଷ ଶେଖର ଚନ୍ଦ୍ର ବାରିକ, ମୁଖ୍ୟବକ୍ତା ଭାବେ ଆଳି ମହା ବିଦ୍ୟାଳୟର ଅଧକ୍ଷ ରବି ନାରାୟଣ ଦାଶ, ସମ୍ମାନିତ ଅତିଥି ଭାବେ ଦୁର୍ଯ୍ୟଧନ ମଲ୍ଲିକ,ଶିକ୍ଷାବିତ ପ୍ରମୋଦ ମଲ୍ଲିକ, ଉପାଧକ୍ଷା ମୋନାଲିସା ଦେବତା ପ୍ରମୁଖ ଯୋଗଦେଇ ନର୍ସିଙ୍ଗ ଛାତ୍ରୀ ମାନଙ୍କୁ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ l  ଏହି ଅବସରରେ ଛାତ୍ରୀ ମାନେ କ୍ୟାଣ୍ଡେଲ ଜାଳି ସେବା ନିମନ୍ତେ ଶପଥ ନେଇଥିଲେ l କୃତି ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l

Related posts

ସୁଧୁରିନି ସ୍ଥିତି: ପୁଣି ବାତିଲ ହେଲା ୩୬ ଟ୍ରେନ୍

mahabharatanews

ରାହାମା ସଟଡାଉନ

mahabharatanews

୭୦ କୋଟି ବ୍ୟୟ ରେ ନିର୍ମାଣ ହେବ ସରକାରୀ ଆୟୁର୍ବେଦିକ ମେଡ଼ିକାଲ କଲେଜ ଓ ହସ୍ପିଟାଲ

mahabharatanews