ଓଡିଶା

ସୁଧୁରିନି ସ୍ଥିତି: ପୁଣି ବାତିଲ ହେଲା ୩୬ ଟ୍ରେନ୍

(ବାଲେଶ୍ଵର) :  ବାଲେଶ୍ୱର ଜିଲ୍ଲା ବାହାନାଗା ବଜାର ଷ୍ଟେସନରେ ହୋଇଥିବା ଭୟଙ୍କର ଟ୍ରେନ ଦୁର୍ଘଟଣା ମନରୁ ଲିଭିନି । ତେବେ ଜୋରସୋରରେ  ଚାଲିଛି ଲାଇନ୍ ମରାମତି କାମ । ଏଥି ଲାଗି ପୂର୍ବ ତଟ ରେଳବାଇ ୩୬ଟି ଟ୍ରେନକୁ ବାତିଲ କରିଥିବା ସୂଚନା ମିଳିଛି  ।  ଜୁନ୍ ୧୦  ଏବଂ ଜୁନ୍ ୧୧ରେ ଚାଲିବାକୁ ସ୍ଥିର ହୋଇଥିବା ଏହି ୩୬ଟି ଟ୍ରେନ କୁ ବାତିଲ କରାଯାଇଛି ।

ସୂଚନାନୁଯାୟୀ , ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ଠାରେ ଘଟିଥିବା ଭୟାନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଘଟଣାସ୍ଥଳରେ ମୃତକଙ୍କ ପରିବାର ପହଂଚିଛନ୍ତି  । ଯେଉଁମାନେ ମୃତକଙ୍କୁ ଚିହ୍ନଟ କରୁଛନ୍ତି, ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯାଉଛି।   ମୃତକଙ୍କ ସଂଖ୍ୟା ଏଯାବତ୍ ୨୮୮ ଟପି ଯାଇଥିବା ଜଣାପଡ଼ିଛି।

Related posts

କଟକ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ

mahabharatanews

ଯୁକ୍ତିତର୍କକୁ କେନ୍ଦ୍ର କରି ଯୁବକଙ୍କୁ ପିଟି ପିଟି ହତ୍ୟା

mahabharatanews

ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ

mahabharatanews