ଅପରାଧଓଡିଶା

ଡ୍ରଗ୍ସ ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜର

ରାଉରକେଲାରେ  ଡ୍ରଗ୍ସ ମାଫିଆଙ୍କ ଘର ଉପରେ ଚାଲିଲା ବୁଲଡୋଜର । ଦୀର୍ଘ ଦିନ ଧରି ରାଉରକେଲା ପ୍ଲାଣ୍ଟ ସାଇଟ ମହତାବ ରୋଡ଼ ଅଂଚଳକୁ  ନିଶା କାରବାର ର ହବ କରିଥିବା ଡ୍ରଗ୍ସ ମାଫିଆ ଙ୍କ ଘର ଉପରେ ଆଜି ରାଉରକେଲା ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ମିଳିତ ଭାବରେ ଚଢ଼ାଉ ପରି ଘର କୁ ଭାଙ୍ଗି ମାଟିରେ ମିଶାଇଛନ୍ତି । ମହତାବ ରୋଡ଼ ର ମିନା ପଡା ରେ ୮ଟି ଘରକୁ ଆଜି ଭଙ୍ଗ ଯାଇଛି । ସୂଚନା ମୁତାବକ ଏହି ଘରେ ରହି ସ୍ଥାନୀୟ ଅଂଚଳରେ ବ୍ରାଉନ ସୁଗାର ଓ ଗଂଜେଇ ପରି ନିଶା ଦ୍ରବ୍ୟକୁ ବେଆଇନ ଭାବରେ ବେପାର ଚଳାଇଥିଲେ ମାଫିଆ । ବାରମ୍ବାର ଗିରଫ ହୋଇ ଜେଲ ଯାଉଥିଲେ ମଧ୍ୟ ଜାମିନ ରେ ଆସିବା ପରେ ପୁଣି ଥରେ ଆରମ୍ଭ କରୁଥିଲେ ବେଆଇନ ନିଶା କାରବାର । ତେବେ ପୋଲିସ ର ମୁଣ୍ଡ ବ୍ୟଥାର କାରଣ ସାଜିଥିବା ଏହି ୮ ମାଫିଆଙ୍କ ଘରେ ଆଜି ବୁଲଡୋଜର ଚଢାଇ ମାଟିରେ ମିଶାଇ ଦିଆଯାଇଛି । ରାଉରକେଲା ପୋଲିସ ର ଏହି କଡା ଆଭିମୁଖ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି ।

Related posts

ଏକ ପେଡ ମା କେ ନାମ ଓ ପ୍ରଧାନମନ୍ତ୍ରୀଙ୍କ ୧୩୫ତମ ମନ କି ବାତ କାର୍ଯ୍ୟକ୍ରମ…

mahabharatanews

ସାମାଜିକ ଦୂରତା ନ ରଖିବା, ଛେପ ପକାଇବା ପାଇଁ ଜରିମାନା ଆଦାୟ

mahabharatanews

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ହେଲେ ଜିଏସଟି ପରିଷଦର ସଦସ୍ୟ

mahabharatanews