ସମାଜବାଦୀ ପାର୍ଟି (ଏସ୍ପି) ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବୁଧବାର ତାଙ୍କ ୫୩ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ବିଏସ୍ପି ସୁପ୍ରିମୋ ମାୟାବତୀଙ୍କ ସହ ବିଭିନ୍ନ ରାଜନୈତିକ ଦଳର ନେତାମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଶୁଭେଚ୍ଛା ବାର୍ତ୍ତା।
उत्तर प्रदेश के पूर्व मुख्यमंत्री श्री अखिलेश यादव जी को जन्मदिन की हार्दिक बधाई।
प्रभु श्री राम से आपके लिए आरोग्यता और दीर्घायु की प्रार्थना है।@yadavakhilesh
— Yogi Adityanath (@myogiadityanath) July 1, 2026
ରାହୁଲ ଗାନ୍ଧୀ ସୋସିଆଲ ମିଡିଆ ‘ଏକ୍ସ’ରେ ଅଖିଳେଶଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ କହିଛନ୍ତି, “ଆମେ ଏକାଠି PDAର ଅଂଶଗ୍ରହଣ ମାଧ୍ୟମରେ ସାମାଜିକ ନ୍ୟାୟର ପ୍ରତିଶ୍ରୁତି ପୂରଣ କରିବୁ।” ରାହୁଲଙ୍କ ଏହି ବାର୍ତ୍ତାକୁ ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ-ଏସ୍ପି ମେଣ୍ଟ ପାଇଁ ଏକ ରାଜନୈତିକ ସଙ୍କେତ ବୋଲି ବିଶ୍ଳେଷଣ କରାଯାଉଛି।
जन्मदिन की बहुत-बहुत बधाई @yadavakhilesh जी।
PDA की हिस्सेदारी से सामाजिक न्याय का संकल्प हम मिल कर पूरा करेंगे। अच्छे स्वास्थ्य और खुशहाल जीवन के लिए शुभकामनाएं।
— Rahul Gandhi (@RahulGandhi) July 1, 2026
ଅଖିଳେଶ ଯାଦବ ଦୀର୍ଘଦିନ ଧରି PDA (ପଛୁଆ, ଦଳିତ ଓ ସଂଖ୍ୟାଲଘୁ) ସ୍ଲୋଗାନକୁ ଆଗକୁ ବଢ଼ାଇ ଆସୁଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ଏହି ସମୀକରଣ ଏସ୍ପିକୁ ୩୭ଟି ଆସନ ଜିତିବାରେ ସହାୟକ ହୋଇଥିଲା। ଏବେ ୨୦୨୭ ବିଧାନସଭା ନିର୍ବାଚନରେ ମଧ୍ୟ ଏହି ଫର୍ମୁଲାକୁ ନେଇ ବିରୋଧୀ ମେଣ୍ଟ ଆଗକୁ ବଢ଼ିବାକୁ ଚେଷ୍ଟା କରୁଛି।
ତେବେ କଂଗ୍ରେସ ଓ ସମାଜବାଦୀ ପାର୍ଟି ମଧ୍ୟରେ ଆସନ ବଣ୍ଟନକୁ ନେଇ ମତଭେଦ ରହିଛି। କଂଗ୍ରେସର କିଛି ନେତା ୪୦୩ଟି ଆସନରେ ଲଢ଼ିବା କିମ୍ବା ୫୦-୫୦ ଫର୍ମୁଲା ଦାବି କରୁଥିବାବେଳେ, ଏସ୍ପି ପକ୍ଷରୁ ଏନେଇ କୌଣସି ଔପଚାରିକ ପ୍ରତିକ୍ରିୟା ଆସିନାହିଁ। ଦୁଇ ଦଳର ଶୀର୍ଷ ନେତୃତ୍ୱ ସ୍ତରରେ ଆଲୋଚନା ପରେ ହିଁ ଆସନ ବଣ୍ଟନ ଚୂଡ଼ାନ୍ତ ହେବ ବୋଲି ରାଜନୈତିକ ମହଲରେ ଆଲୋଚନା ଚାଲିଛି।
