ଓଡିଶା

ରାଜ୍ୟରେ ନିଶାମୁକ୍ତ ଅଭିଯାନ ଆରମ୍ଭ, ଟାଙ୍ଗୀ ଥାନାରେ ସଚେତନତା କାର୍ଯ୍ୟକ୍ରମ

ରାଜ୍ୟକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ପୋଲିସ ବିଭାଗ ପକ୍ଷରୁ ଏକ ବିଶେଷ ଅଭିଯାନର ଆରମ୍ଭ କରାଯାଇଛି। ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଆଜି ଏହି ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଭିଡିଓ କନଫରେନ୍ସ ମାଧ୍ୟମରେ ସମସ୍ତ ଥାନାର ପୋଲିସ କର୍ମଚାରୀମାନେ ଏହି “ନିଶାମୁକ୍ତ ଓଡ଼ିଶା ଗଠନ” ଅଭିଯାନରେ ସାମିଲ ହୋଇଥିଲେ।

କାର୍ଯ୍ୟକ୍ରମରେ ନିଶା ସେବନ ଯୋଗୁଁ ଯୁବ ପିଢ଼ି ବିପଥଗାମୀ ହେଉଥିବା ସହ ଆଇନ-ଶୃଙ୍ଖଳା ପରିସ୍ଥିତି ଉପରେ ତାହାର କୁପ୍ରଭାବ ପଡ଼ୁଥିବା ବିଷୟରେ ଗୁରୁତ୍ୱ ଦିଆଯାଇଥିଲା। ଏହିକାରଣରୁ ସମାଜର ସମସ୍ତ ବର୍ଗଙ୍କୁ ଏହି ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ କରାଯାଇଥିଲା। ଟାଙ୍ଗୀ ଥାନା ନିରୀକ୍ଷକ ରବିନ୍ଦ୍ର କୁମାର ଭୁଜବଳଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ, ଯୁବଗୋଷ୍ଠୀ, ବରିଷ୍ଠ ନାଗରିକ, ସାମ୍ବାଦିକ ଓ ପୂର୍ବତନ ସେନା ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ସମସ୍ତେ ମିଶି “ନିଶାମୁକ୍ତ ଓଡ଼ିଶା” ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ।

Related posts

୨୨୦ ଜଣ ଓଏଏସ ଅଫୀସରଙ୍କ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର

mahabharatanews

ଆଜାଦିକା ଅମୃତ ମହୋତ୍ସବ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ

mahabharatanews

ରାଷ୍ଟ୍ରପତିଙ୍କୁ ଭେଟିବାକୁ ଦିଲ୍ଲୀ ଗଲେ ବିଧାୟକ

mahabharatanews