ଓଡିଶା

ହୀରାକୁଦକୁ ପଶିଲା ୨.୩୮ ଲକ୍ଷ କ୍ୟୁସେକ୍ ପାଣି, ଖୋଲିବ କି ଗେଟ୍?

ମହାନଦୀ ଅବବାହିକାରେ ବଢ଼ୁଛି ପାଣି, ହୀରାକୁଦ ଜଳଭଣ୍ଡାରକୁ ମାଡ଼ି ଆସୁଛି ବନ୍ୟା ଜଳ! ଉପରମୁଣ୍ଡରୁ ବିପୁଳ ପରିମାଣର ଜଳ ପ୍ରବେଶ କରୁଥିବାରୁ ଜଳଭଣ୍ଡାରର ଜଳସ୍ତର ଲଗାତାର ଉପରକୁ ଉଠିବାରେ ଲାଗିଛି।

Odisha's Hirakud Dam: Know how the world's longest earthen dam...

ଆଜି ଅପରାହ୍ନ ୩ଟାର ରିପୋର୍ଟ ଅନୁଯାୟୀ, ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୦୭.୨୯ ଫୁଟ୍‌କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଡ୍ୟାମ୍‌ର କୌଣସି ବି ସ୍ଲୁଇସ୍ ଗେଟ୍ ଖୋଲାଯାଇ ନାହିଁ। କିନ୍ତୁ ପ୍ରତି ସେକେଣ୍ଡରେ ହୀରାକୁଦ ଭିତରକୁ ୨ ଲକ୍ଷ ୩୮ ହଜାର ୪୩୮ କ୍ୟୁସେକ୍ ବନ୍ୟା ଜଳ ପ୍ରବେଶ କରୁଛି। ତୁଳନାତ୍ମକ ଭାବେ ଡ୍ୟାମ୍‌ରୁ ମାତ୍ର ୨୭ ହଜାର ୪୯୫ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି।

Odisha: Floodwater Discharge Crosses 9.1 Lakh Cusec At Mundali In Cuttack | OdishaBytes

ସେପଟେ ଉପରମୁଣ୍ଡରେ ସାରାଡିହିଠାରେ ସର୍ବାଧିକ ୩ ଲକ୍ଷ ୩୦ ହଜାରରୁ ଅଧିକ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ତଳମୁଣ୍ଡ ମଧ୍ୟ ଫୁଲିବାରେ ଲାଗିଛି। ଖଇରମାଲ୍‌ଠାରେ ୨ ଲକ୍ଷ ୬୪ ହଜାର ଏବଂ ବାରମୂଳଠାରେ ୪ ଲକ୍ଷ ୨୪ ଘଣ୍ଟା କ୍ୟୁସେକ୍ ଜଳ ତଳକୁ ଖସୁଛି। ସେହିପରି କଟକ ମୁଣ୍ଡଳୀଠାରେ ୪ ଲକ୍ଷ ୧୫ ହଜାର ୫୩୬ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଛି, ଯଦିଓ ଏଠାରେ ଜଳସ୍ତର ସାମାନ୍ୟ କମିବା ଆରମ୍ଭ କରିଛି। ତେବେ ଉପରମୁଣ୍ଡରୁ ଆସୁଥିବା ଏହି ବିପୁଳ ଜଳକୁ ଦେଖିଲେ ଆଗକୁ ମହାନଦୀରେ ବନ୍ୟା ସଙ୍କଟ ସୃଷ୍ଟି ହେବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିଛି।

 

Related posts

ସଂଘ ରୋଧ କେନ୍ଦ୍ରରେ ବୃକ୍ଷ ରୋପଣ

mahabharatanews

ଦୁର୍ଘଟଣାରେ ଏଲଆସିର ବରିଷ୍ଠ ଅଧିକାରୀଙ୍କ ମୃତ୍ୟୁ

mahabharatanews

କୋଭିଡ୍ ମାର୍ଗଦର୍ଶିକା ଅନୁପାଳନରେ ପାଳନ ହେବ ସ୍ୱାଧୀନତା ଦିବସ

mahabharatanews