ଓଡିଶା

ଚାନ୍ଦବାଲିରେ ବିଜେପି ଯୁବ ମୋର୍ଚ୍ଚାର ଯୁବ, ଛାତ୍ର ସମ୍ମିଳନୀ ଅନୁଷ୍ଠିତ

ଭାରତୀୟ ଜନସଙ୍ଘ ର ପ୍ରତିଷ୍ଠାତା ତଥା ପ୍ରଖ୍ୟାତ ରାଷ୍ଟ୍ରନାୟକ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କର 125ତମ ଜନ୍ମ ଜୟନ୍ତୀ ଅବସରରେ ଚାନ୍ଦବାଲିରେ ଯୁବ ଓ ଛାତ୍ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ବିଜୁ ସ୍ମୃତି ଭବନ ଠାରେ ଅନୁଷ୍ଠିତ ଏହି ସମ୍ମିଳନୀ ରେ ଯୁବ ମୋର୍ଚ୍ଚା ସଦସ୍ୟ ସାର୍ଥକ ନାୟକ ସଭାପତିତ୍ୱ କରିଥିଲେ l ସଭାରେ ମୁଖ୍ୟ ଅତିଥି ଭାବେ ସ୍ତମ୍ଭକାର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଚନ୍ଦନ ରାଉତ,ବିଡ଼ିଓ ସଞ୍ଜୀବ ମହାପାତ୍ର,ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଅଶୋକ ରାଉଳ,ବିଭୁତି ଭୂଷଣ ନାୟକ, ପୂର୍ଣଚନ୍ଦ୍ର ପାଣି,କମଳାକାନ୍ତ ସୂତାର, ମୀନକେତନ ବିଶ୍ୱାଳ, ରାଜ୍ୟ ଯୁବ ମୋର୍ଚ୍ଚା ସଂଯୋଜକ ଲାଲୁ ପ୍ରସାଦ କଦମ, ଶଶିକାନ୍ତ ଦାସ ପ୍ରମୁଖ ଯୋଗ ଦେଇ ଡ଼ଃ ମୁଖାର୍ଜୀ ଙ୍କର ଜୀବନ, ଦେଶ ପ୍ରେମ, ଶିକ୍ଷା କ୍ଷେତ୍ର ରେ ତାଙ୍କର ଅବଦାନ ଏବଂ ଜାତୀୟ ଏକତା ପ୍ରତି ତାଙ୍କର ଅତୁଳନୀୟ ଅବଦାନ ସମ୍ପର୍କ ରେ ଆଲୋକପାତ କରିଥିଲେ l

Related posts

୮ ମାସ ଧରି ମୁକୁଳା ପଡିଛି ଡ୍ରେନ୍, ଘଟି ଚାଲିଛି ଦୂର୍ଘଟଣା

mahabharatanews

ବିନା ମାସ୍କଧାରୀଙ୍କଠାରୁ ଜରିମାନା ଆଦାୟ

mahabharatanews

ଆରପାରିରେ ସାମ୍ବାଦିକ ଶରତ ମିଶ୍ର

mahabharatanews