ଓଡିଶା

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ବଡ଼ ରାଜ୍ୟସ୍ତରୀୟ କର୍ମଶାଳା ଆୟୋଜିତ

ଜାତୀୟ ଶିକ୍ଷାନୀତି-୨୦୨୦ରେ ଓଡ଼ିଆ ଭାଷା ଓ ସାହିତ୍ୟର ସ୍ଥାନ ଏବଂ ବର୍ତ୍ତମାନ ଯୁଗରେ ଏଆଇ (AI) ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାରକୁ ନେଇ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି ଏକ ରାଜ୍ୟସ୍ତରୀୟ କର୍ମଶାଳା।

ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ଼ଃ ସତ୍ୟନାରାୟଣ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଏକଦିବସୀୟ କର୍ମଶାଳାରେ ବହୁ ବିଶିଷ୍ଟ ଶିକ୍ଷାବିତ୍ ଯୋଗ ଦେଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ରେଭେନ୍ସା ବିଶ୍ଵବିଦ୍ୟାଳୟର ପ୍ରଫେସର ଗିରୀଶ ଚନ୍ଦ୍ର ମିଶ୍ର, ସମ୍ମାନିତ ବକ୍ତା ଭାବେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟର ପ୍ରଫେସର ଅମିୟ କୁମାର ରଥ ଏବଂ ସମ୍ମାନିତ ଅତିଥି ପ୍ରଫେସର ସୁସ୍ମିତ ପ୍ରସାଦ ପାଣି ଯୋଗ ଦେଇଥିଲେ। ଏହାସହ ବିଶ୍ୱବିଦ୍ୟାଳୟର କୁଳସଚିବ ରଶ୍ମିରେଖା ଦାସ ଓ ସଂଯୋଜିକା ଡ଼ଃ ଶର୍ମିଷ୍ଠା ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ।

ନୂତନ ଶିକ୍ଷାନୀତି ଅଧୀନରେ ପିଲାମାନେ କିଭଳି ଓଡ଼ିଆ ଭାଷା ଓ ସାହିତ୍ୟ ଅଧ୍ୟୟନ କରି ନିଜର ଦକ୍ଷତା ବିକାଶ ସହ ସୁନ୍ଦର ଭବିଷ୍ୟତ ଗଢ଼ିପାରିବେ, ସେ ନେଇ ଏହି କର୍ମଶାଳାରେ ଆଲୋଚନା ହୋଇଥିଲା। ଏହାସହିତ ବର୍ତ୍ତମାନର ଆଧୁନିକ AI ବା କୃତ୍ରିମ ବୁଦ୍ଧିମତ୍ତାର ସଠିକ୍ ବ୍ୟବହାର ଓ ସଂଶୋଧନ କରି ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନେ କିଭଳି ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବେ, ସେଥିପାଇଁ ଏହି ପ୍ରଶିକ୍ଷଣମୂଳକ କର୍ମଶାଳା ଆୟୋଜନ କରାଯାଇଥିଲା।

Related posts

ରାସନ କାର୍ଡ ନଥିଲେ ପ୍ରବାସୀ ପାଇବେ ରାସନ ସାମଗ୍ରୀ

mahabharatanews

ଗଞ୍ଜାମ ଦାୟିତ୍ୱରେ ୨ ଅଧିକାରୀ

mahabharatanews

ଏୟାରପୋର୍ଟ ଉନ୍ନତିକରଣ ପାଇଁ ଉଚ୍ଛେଦ

mahabharatanews