ଓଡିଶା

ଗାଁକୁ ରାସ୍ତା ନଥିବାରୁ ଅଧା ରାସ୍ତାରେ ଟ୍ରାକ୍ଟରରେ ଜନ୍ମ ହେଲା ଶିଶୁ…

ଦୁର୍ଗମ ଅଞ୍ଚଳରେ ଆଜି ବି ମୌଳିକ ସୁବିଧାର ଅଭାବ କିପରି ଲୋକଙ୍କ ଜୀବନକୁ ବିପଦରେ ପକାଉଛି,ତାହାର ଆଉ ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅଁଳାଭଟା ଗ୍ରାମ ପଞ୍ଚାୟତର ଦାବିରୀଘାଟି ଗାଁରୁ। ଗର୍ଭବତୀ ଉମିଲା ମାଝୀଙ୍କର ପ୍ରସବ ବେଦନା ଆରମ୍ଭ ହେବା ପରେ ପରିବାର ପକ୍ଷରୁ ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା।ହେଲେ ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଦାବିରୀଘାଟି ପହଞ୍ଚିପାରି ନଥିଲା ଏବଂ ଚଚରା ଗୁଡ଼ା ଗାଁରେ ଅପେକ୍ଷା କରିଥିଲା।ଏହାପରେ ପରିବାର ଓ ଗ୍ରାମବାସୀମାନେ ପ୍ରାୟ ୧୦ କିଲୋମିଟର ଦୂର ଟ୍ରାକ୍ଟରରେ ପ୍ରସୂତିଙ୍କୁ ନେଉଥିବା ବେଳେ ରାସ୍ତା ମଝିରେ ହିଁ ଉମିଲା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ।ପରେ ଚଚରା ଗୁଡ଼ାରୁ ଆମ୍ବୁଲାନ୍ସ ସହାୟତାରେ ମା’ ଓ ନବଜାତ ଶିଶୁଙ୍କୁ ମୈଦଲ ପୁର ମେଡିକାଲକୁ ନିଆଯାଇଥିଲା।

ତେବେ ପ୍ରସୂତିଙ୍କ ରକ୍ତ ଅଭାବ ଏବଂ ପ୍ରସୂତି ମ୍ୟାଲେରିଆରେ ଆକ୍ରାନ୍ତ ଥିବାରୁ ଉଭୟଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।କଳାହାଣ୍ଡି ଜିଲ୍ଲାରେ ରହିଥିଲେ ମଧ୍ୟ ଏହି ସୀମାନ୍ତ ଅଞ୍ଚଳର ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇଁ ନବରଙ୍ଗପୁର ଜିଲ୍ଲା ଉପରେ ନିର୍ଭର କରୁଛନ୍ତି।ଏହି ଘଟଣା ପୁଣିଥରେ ଦୁର୍ଗମ ଅଞ୍ଚଳରେ ରାସ୍ତା ଓ ସ୍ୱାସ୍ଥ୍ୟସେବାର ଦୟନୀୟ ସ୍ଥିତିକୁ ସାମ୍ନାକୁ ଆଣିଛି।ତୁରନ୍ତ ପକ୍କା ରାସ୍ତା ନିର୍ମାଣ ଓ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବାକୁ ଗ୍ରାମବାସୀମାନେ ସରକାର ଓ ପ୍ରଶାସନଙ୍କ ନିକଟରେ ଦାବି କରି କରିଛନ୍ତି ।

Related posts

ଆଜିଠୁ ୬୧ ଦିନ ଯାଏଁ ମାଛଧରା ବନ୍ଦ

mahabharatanews

“୭୭ତମ ବନ ମହୋତ୍ସବ ସପ୍ତାହ ପାଳନ-୨୦୨୬

mahabharatanews

ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୋ ସରକାର କକ୍ଷ ଶୁଭାରମ୍ଭ

mahabharatanews