ଓଡିଶା

ହଠାତ ଏକମ୍ବା ଗ୍ରାମ ସ୍ଥିତ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ଭାଲୁ

ଝରିଗାଁ ରେ ପୁଣି ଭାଲୁ ଆତଙ୍କ, ଝରୀଗାଁ ବ୍ଲକ ଏକମ୍ବା ଗ୍ରାମରେ ପୁଣି ଦେଖାଦେଇଛି ଭାଲୁ, ।ଆଜି  ହଠାତ ଏକମ୍ବା ଗ୍ରାମ ସ୍ଥିତ ଅଙ୍ଗନ ବାଡ଼ି କେନ୍ଦ୍ର ନିକଟରେ ଗୋଟିଏ ମାଆ ଭାଲୁ ଓ ଗୋଟିଏ ଛୁଆ ଭାଲୁ କିଛି ଲୋକ ଦେଖିଥିଲେ।ଗ୍ରାମ ଭିତରେ ଭାଲୁ ଆସିବା ଖବର ପ୍ରସାର ହେବା ପରେ ବର୍ତ୍ତମାନ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି, ଏ ସମ୍ପର୍କରେ ଗ୍ରାମବାସୀ ଝରିଗାଁ ବନ ବିଭାଗକୁ ଖବର ଦେଇଥିଲେ।ଝରିଗାଁ ବନ ବିଭଗ ପକ୍ଷରୁ ଭାରପ୍ରାପ୍ତ ରେଞ୍ଜର ସୁଶାନ୍ତ କୁମାର ସିଂ,ବନରକ୍ଷୀ ସରୋଜିନୀ ହେମ୍ରମ,ସୁଶାନ୍ତ କୁମାର ମାଝୀ,ଭାଗ୍ୟଶ୍ରୀ ମଲ୍ଲିକ ପ୍ରମୁଖ ସହ ଅନ୍ୟ କର୍ମଚାରୀ ମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ଭିଡ଼ ନକରିବା ପାଇଁ କହିବା ସହ ଭାଲୁ ଦ୍ୱୟର ଗତିବିଧି ଉପରେ କଡା ନଜର ରଖିଥିବା ଜଣାପଡିଛି ।ବର୍ତ୍ତମାନ ଭାଲୁ ଦ୍ୱୟ ଏକମ୍ବା ଗ୍ରାମକୁ ଲାଗି ରହିଥିବା କାଜୁ ବାଡ଼ ଓ ନୀଳଗିରି ଜଙ୍ଗଲ ଭିତରକୁ ଚାଲିଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

Related posts

ଗତ ୨୪ ଘଣ୍ଟା ମଧ୍ୟରେ ୧୪୭୦ ନୂଆ କରୋନାରେ ସଂକ୍ରମିତ

mahabharatanews

ସାବେରୀ ନଦୀରୁ ଅଚିହ୍ନା ଗଳିତଶବ ଉଦ୍ଧାର

mahabharatanews

ଓଡିଶା ଅଭିଭାବକ ମହାସଂଘର ସମ୍ପୂର୍ଣ ସାକ୍ଷରତା ଅଭିଯାନ

mahabharatanews