ଓଡିଶା

ନାଲକୋ ସିପିପି ପ୍ଲାଣ୍ଟ ପରିସରରୁ ୫ ଫୁଟିଆ ଅଜଗର ଉଦ୍ଧାର

ନାଲକୋ ଥାନା ଅଧୀନ ସିପିପି ପ୍ଲାଣ୍ଟ ପରିସରରୁ ଏକ ୫ ଫୁଟିଆ ଅଜଗର ସାପ ଉଦ୍ଧାର ହୋଇଛି। ନାଲକୋ ଘରୋଇ ସୁରକ୍ଷାକର୍ମୀଙ୍କ ତତ୍ପରତାରେ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ପ୍ଲାଣ୍ଟ ପରିସରରେ ଅଜଗର ସାପ ଥିବା ଖବର ପାଇ ନାଲକୋ ଘରୋଇ ସୁରକ୍ଷାକର୍ମୀ ଉଗ୍ରସେନ ରାଉତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ସତର୍କତାର ସହ ସାପଟିକୁ ଉଦ୍ଧାର କରିବା ପରେ ନାଲକୋ ବିଟ୍ ଟାଉନ୍‌ ସେକ୍ସନର ଅନୁଗୋଳ ରେଞ୍ଜର ଉଦ୍ଧବ ବେହେରାଙ୍କୁ ଏନେଇ ସୂଚନା ଦେଇଥିଲେ।ଖବର ପାଇ ରେଞ୍ଜର ଉଦ୍ଧବ ବେହେରାଙ୍କ ତତ୍ତ୍ୱାବଧାନରେ ଶଙ୍କର ଦାସଙ୍କ ସହ ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅଜଗରଟିକୁ ନିଜ ହେପାଜତକୁ ନେଇଥିଲେ। ସାପଟିର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା କରାଯିବା ପରେ ତାକୁ ମନ୍ଦରଗିରି ପାହାଡ଼ ଅଞ୍ଚଳରେ ଛାଡ଼ି ଦିଆଯିବ ବୋଲି ରେସ୍କ୍ୟୁ ଟିମ୍‌ର ଶଙ୍କର ଦାସ ସୂଚନା ଦେଇଛନ୍ତି।

ନାଲକୋ ସିପିପି ପ୍ଲାଣ୍ଟ ପରିସରରୁ ୫ ଫୁଟିଆ ଅଜଗର ଉଦ୍ଧାର

Related posts

ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା

mahabharatanews

୫ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

mahabharatanews

୮ରେ ବାତ୍ୟା : ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews