ଓଡିଶା

ବିଭିନ୍ନ ଜିଲ୍ଲାରେ ବିଭିନ୍ନ ମନ୍ଦିରରେ ଦୀପ ଜାଳି ଲୋକେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳିଛନ୍ତି

ସାରା ଦେଶରେ ପାଳିତ ହୋଇଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ । ଓଡିଶାରେ ମଧ୍ୟ ବିଭିନ୍ନ ଜିଲ୍ଲାରେ ବିଭିନ୍ନ ମନ୍ଦିରରେ ଦୀପ ଜାଳି ଲୋକେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳିଛନ୍ତି । କଟକ ଜିଲ୍ଲା ଆଠଗଡ ତିଗିରିଆ ନିର୍ବାଚନ ମଣ୍ଡଳୀର ବିଜେପି ନେତା ଅଭୟ ବାରିକଙ୍କ ନେତୃତ୍ୱରେ ଆଠଗଡ ତିଗିରିଆରୁ ସହ ସହ ବିଜେପି କର୍ମୀମାନେ ଭୁବନେଶ୍ୱର ଯାଇ ରକ୍ତର ଆବଶ୍ୟକତାକୁ ପୂରଣ କରିବା ପାଇଁ ରକ୍ତଦାନ କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଆଠଗଡ଼ ସ୍ଥିତ ଚାନ୍ଦବାଲି ଛକଠାରେ ଜନସାଧାରଣଙ୍କୁ ମିଠା ଖୁଆଇ, ଦୀପ ଜାଳିବା ପାଇଁ ଦୀପ ପ୍ରଦାନ କରି, ଵୃକ୍ଷରୋପଣ କରିବା ପାଇଁ ଚାରା ପ୍ରଦାନ କରିଥିଲେ ।

ଦେବଗଡ଼ ଜିଲ୍ଲାର କଲା ଗ୍ରାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ତାଙ୍କର ଦୀର୍ଘାୟୁ କାମନା କରି ଦେବଗଡ଼ ଜିଲ୍ଲା ଭାରତୀୟ ଜନତା ପାର୍ଟିର ସଭାପତି ଅରୁଣ କୁମାର ସାହୁଙ୍କ ସମେତ ୩୦୦ ଶହରୁ ଅଧିକ ଯୁବକ ଓ ସ୍ଵୟଂ ସହାୟକ ଗୋଷ୍ଟିର ମହିଳାମାନେ ପ୍ରଥମେ କଲା ହନୁମାନ ମନ୍ଦିରଠାରୁ ଦୀପ ଧରି ଏକ ପଦଯାତ୍ରା ମାଧ୍ୟମରେ ଜଗନ୍ନାଥ ମନ୍ଦିରକୁ ଆସି ସେଠାରେ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଦୀର୍ଘାୟୁ କାମନା କରି ଜଗନ୍ନାଥ ମନ୍ଦିରରେ ଦୀପ ପ୍ରଜ୍ୱଳନ କରିଥିଲେ। ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ତରଫରୁ ବିଧାୟକ କେ. ଅନୀଲକୁମାରଙ୍କ ନେତୃତ୍ୱରେ ଆଶୀର୍ବାଦର ଦୀପ ପ୍ରଜ୍ବଳନ କରାଯାଇଛି। ପ୍ରଥମେ ବ୍ରହ୍ମପୁରର ଆରାଧ୍ୟା ମା ବୁଢ଼ୀ ଠାକୁରାଣୀଙ୍କ ଠାରେ ଦୀପ ପ୍ରଜ୍ବଳନ କରି ମୋଦିଙ୍କ ଦୀର୍ଘାୟୁ କାମନା କରାଯାଇଛି । ପରେ କୁଠାରି ଦେବୀ ମନ୍ଦିର ଏବଂ ଗୋସାଇଁନୂଆଗାଁ ସ୍ଥିତ ମା’ କାଳୁଆ ଠାକୁରାଣୀଙ୍କ ପାଖରେ ଦୀପ ପ୍ରଜ୍ବଳନ କରାଯାଇଥିଲା । ଟାଙ୍ଗୀ ନପଙ୍ଗ ପଞ୍ଚାୟତ ବିରୋଳ ଗ୍ରାମର ମହାଦେବ ମନ୍ଦିର ଏବଂ ମାଳଶାସନ ପଞ୍ଚାୟତର ହନୁମାନ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରି ସମୂହ ଦ୍ୱୀପ ପ୍ରଜ୍ବଳନ କଲେ କଟକ ଗ୍ରାମୀଣ ବିଜେପି ଉପସଭାପତି ହିମାଂଶୁ ମହାନ୍ତି ଓ ବିଜେପି କର୍ମୀ। ବିଜେପି ଗଣିଆ ମଣ୍ଡଳ ତରଫରୁ ବ୍ୟାପକ ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରି ଗଣିଆସ୍ଥିତ ପ୍ରଭୁ ଶ୍ରୀ ରଘୁନାଥ ମନ୍ଦିର ପରିସରରେ ଶ୍ରଦ୍ଧାପୂର୍ବକ ଦୀପ ପ୍ରଜ୍ଜ୍ୱଳନ କରାଯାଇ କାର୍ୟ୍ୟକ୍ରମର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନସେବାର ୨୫ ବର୍ଷର ଯାତ୍ରାକୁ ସ୍ମରଣ କରି ତାଙ୍କ ଜନ୍ମତିଥି ଅବସରରେ ବିଭିନ୍ନ କାର୍ୟ୍ୟକ୍ରମ ଗୁଣୁପୁରରେ ଆୟୋଜିତ ହୋଇଛି। ଗଜପତି ଜିଲ୍ଲା ମୋହନା ବ୍ଲକ ପାଞ୍ଚାଆମ୍ବସ୍ଥିତ ନମଖ୍ୟୁଙ୍ଗ ମନ୍ଦିର ପରିସରରେ ଚନ୍ଦ୍ରଗିରି ବିଜେପି ମଣ୍ଡଳ ପକ୍ଷରୁ ଦୀପ ପ୍ରଜ୍ୱଳନ କାର୍ୟ୍ୟକ୍ରମ ହୋଇଯାଇଛି। ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ବିଜେପି କାର୍ୟ୍ୟକର୍ତ୍ତାମାନେ ଦୀପ ପ୍ରଜ୍ୱଳନ କରିଥିଲେ।

Related posts

ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲ୍‌ସର ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

mahabharatanews

ନବ ଚରଣ ମାଝୀଙ୍କୁ ନିର୍ବାଚନ ପ୍ରମାଣପତ୍ର ପ୍ରଦାନ କଲେ ଜିଲ୍ଲା ନିର୍ବାଚନ ଅଧିକାରୀ

mahabharatanews

ଆରମ୍ଭ ହେଲା ପିଲାଙ୍କ ୟୁଟ୍ୟୁବ ପାଠପଢା

mahabharatanews