ଦେଶ ବିଦେଶ

ଇନ୍ଧନ ସମସ୍ୟାରେ ଅଣ ନିଶ୍ୱାସ ହୋଇଯାଇଛି ପାକିସ୍ତାନ..

ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ଇନ୍ଧନ ସମସ୍ୟାରେ ଅଣ ନିଶ୍ୱାସ ହୋଇଯାଇଛି ପାକିସ୍ତାନ। ଏଥିସହ ଉତ୍କଟ କରିପକାଇଛି ଅର୍ଥ ଚିନ୍ତା। ଏଥିପାଇଁ ସରକାରୀ ଖର୍ଚ୍ଚ କମାଇବା ଏବଂ ଇନ୍ଧନ ସଂରକ୍ଷଣ ପାଇଁ ପାକିସ୍ତାନ ୩ ମାସ ପାଇଁ ଜାରି କରିଛି କଠୋର ନିୟମ। କହିବାକୁ ଗଲେ ଦେଶରେ ଅଘୋଷିତ ଲକଡାଉନ୍ ଜାରି ହୋଇଛି। ପାକିସ୍ତାନରେ ଜାରି ହୋଇଥିବା ନିୟମ ଅନୁସାରେ, ସମସ୍ତ ବିବାହ କାର୍ଯ୍ୟକ୍ରମରେ ଗୋଟିଏ ପ୍ରକାର ଖାଦ୍ୟ ପରିଷେଣ କରାଯାଇପାରିବ। ବିବାହ ମଣ୍ଡପ ଏବଂ ବ୍ୟବସାୟିକ ଉତ୍ସବ ସ୍ଥଳଗୁଡ଼ିକୁ ରାତି ୧୦ଟା ସୁଦ୍ଧା ବନ୍ଦ କରିବାକୁ ହେବ । ଦୋକାନ, ସପିଂ ମଲ୍, ବଜାର ଏବଂ ଗ୍ରୋସରୀ ଷ୍ଟୋରଗୁଡ଼ିକ ରାତି ୯ଟା ସୁଦ୍ଧା ବନ୍ଦ ହେବ। କାଫେ ଏବଂ ଖାଦ୍ୟ ଆଉଟଲେଟ୍ ରାତି ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ । ତେବେ ହସ୍ପିଟାଲ, ମେଡିକାଲ ଲ୍ୟାବ୍, ପେଟ୍ରୋଲ ପମ୍ପ ଏବଂ ଆଇଟି କମ୍ପାନୀଗୁଡ଼ିକ ଉପରେ ଏହି ସମୟ କଟକଣା ଲାଗୁ ହେବ ନାହିଁ।

ସେହିପରି ସମସ୍ତ ପ୍ରକାରର ନୂଆ ସରକାରୀ ଯାନବାହନ କିଣିବା ଉପରେ ସମ୍ପୂର୍ଣ୍ଣ ରୋକ୍ ଲାଗିଛି । ମନ୍ତ୍ରୀ ଏବଂ ସରକାରୀ ଅଧିକାରୀଙ୍କ ବିଦେଶ ଯାତ୍ରା ଉପରେ ୩ ମାସ ପାଇଁ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଯାଇଛି । ଅତି ଜରୁରୀ କ୍ଷେତ୍ରରେ ବିଦେଶରେ ଥିବା ପାକିସ୍ତାନୀ ରାଷ୍ଟ୍ରଦୂତମାନେ ହିଁ ଦେଶର ପ୍ରତିନିଧିତ୍ୱ କରିବେ । ଯଦି କୌଣସି ଅଧିକାରୀଙ୍କୁ ବିଦେଶ ଯିବାକୁ ପଡ଼େ, ତେବେ ସେମାନେ କେବଳ ଇକୋନୋମି କ୍ଲାସ୍ ରେ ହିଁ ଯାତ୍ରା କରିବେ।…

Related posts

24ଟି ଦେଶ ସହିତ ଯୋଗ ଦେଇଛି ଭାରତ

mahabharatanews

ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ: ହରିୟାଣା-ଚଣ୍ଡିଗଡ଼ରେ କ୍ରିପ୍ଟୋ ଠକେଇ ରାକେଟର ପର୍ଦ୍ଦାଫାସ, 3 କୋଟି ଟଙ୍କାର ସମ୍ପତ୍ତି ଜବତ

mahabharatanews

ଲସ୍କର ଆତଙ୍କବାଦୀ ଶେଖ ୟୁସୁଫ ଆଫ୍ରିଦିକୁ ଗୁଳି କରି ହତ୍ୟା

mahabharatanews