ଦେଶ ବିଦେଶ

ବାଙ୍କୀରୁ ଜାତୀୟ ରାଜନୀତିକୁ ଡେଇଁଲେ ଦେବାଶିଷ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ଉପସଭାପତି ତଥା ବାଙ୍କୀର ପୂର୍ବତନ ବିଧାୟକ ଡଃ ଦେବାଶିଷ ପଟ୍ଟନାୟକଙ୍କୁ ସର୍ବଭାରତୀୟ କଂଗ୍ରେସ କମିଟି (ଏଆଇସିସି) ର ସମ୍ପାଦକ ଭାବେ ନିଯୁକ୍ତି ମିଳିଛି। ସାଂଗଠନିକ ଦକ୍ଷତା ଓ ଦଳୀୟ ସକ୍ରିୟତା ପାଇଁ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବା ସୂଚନା ମିଳିଛି ।

ବାଙ୍କୀରୁ ଜାତୀୟ ରାଜନୀତିରେ ଡଃ ପଟ୍ଟନାୟକଙ୍କ ଏହି ନୂଆ ପାଳି ଓଡ଼ିଶା କଂଗ୍ରେସ ପାଇଁ ଏକ ବଡ଼ ପଦକ୍ଷେପ ଭାବେ ଦେଖାଯାଉଛି। ତୃଣମୂଳ ସ୍ତରରେ କର୍ମୀଙ୍କ ସହ ଯୋଡ଼ି ହୋଇ ରହିବା ଓ ଜନସ୍ୱାର୍ଥ ପ୍ରସଙ୍ଗରେ ସକ୍ରିୟତା ତାଙ୍କୁ ଏହି ସ୍ଥାନରେ ପହଞ୍ଚାଇଥିବା ଚର୍ଚ୍ଚା ହେଉଛି ।ଏହି ଖବର ପରେ ବାଙ୍କୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ କର୍ମୀ ଓ ସମର୍ଥକଙ୍କ ମହଲରେ ଉତ୍ସାହ ଦେଖାଦେଇଛି ଏବଂ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଏ ନେଇ ଦଳୀୟ ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି କର୍ମୀମାନେ ଆଶାବାଦୀ ରହିଛନ୍ତି ।।

Related posts

ରାଜନୀତିରେ ପ୍ରବେଶ କରିବାକୁ ଯୋଜନା କରୁଛନ୍ତି ଅରିଜିତ ସିଂହ!

mahabharatanews

ଡାକ୍ତରଙ୍କ ଘରୁ ୩୦୦ କିଲୋଗ୍ରାମର ବିସ୍ଫୋରକ ଜବତ କଲା ଜମ୍ମୁ କାଶ୍ମୀର ପୋଲିସ

mahabharatanews

ଚେନାବ ନଦୀରେ ବଡ ପ୍ରକଳ୍ପ କରିବ ଭାରତ , ପାଣି ପାଇଁ ଡହଳବିକଳ ହେବ ପାକିସ୍ତାନ

mahabharatanews