ମନୋରଞ୍ଜନ

ରାମାୟଣ ପାଇଁ ୧୦ରୁ ୧୨ଟି ଫିଲ୍ମ ଛାଡ଼ିଲେ ଏଆର୍ ରେହମାନ!

ବଲିଉଡ୍‌ରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରାମାୟଣ ଫିଲ୍ମ। ଏହି ମେଗା ପ୍ରୋଜେକ୍ଟ ପାଇଁ ନିଜ ସଙ୍ଗୀତର ଯାଦୁ ଦେଖାଇବାକୁ ପ୍ରସ୍ତୁତ ଅଛନ୍ତି ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏଆର୍ ରେହମାନ। ଖାସ୍ କଥା ହେଉଛି, ଏହି ଫିଲ୍ମ ପାଇଁ ସେ ପ୍ରାୟ ୧୦ରୁ ୧୨ଟି ଅନ୍ୟ ଫିଲ୍ମର ପ୍ରସ୍ତାବକୁ ଛାଡ଼ିଥିବା ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ, ରାମାୟଣର ସଙ୍ଗୀତ ପ୍ରସ୍ତୁତି ପାଇଁ ରେହମାନଙ୍କୁ ପ୍ରାୟ ତିନି ବର୍ଷ ସମୟ ଲାଗିଛି।

AR Rahman Reveals Fan Had Predicted His Ramayana Music Role Back In 2014

ଏହା କେବଳ ଏକ ସାଧାରଣ ଫିଲ୍ମ ନୁହେଁ, ବରଂ ଭାରତୀୟ ସଂସ୍କୃତି ଓ ପୌରାଣିକ ଗାଥାକୁ ସଙ୍ଗୀତ ମାଧ୍ୟମରେ ଜୀବନ୍ତ କରିବାର ଏକ ବଡ଼ ଦାୟିତ୍ୱ। ଏହି ସଙ୍ଗୀତ ପ୍ରସ୍ତୁତିରେ ରେହମାନଙ୍କ ସହ ହାତ ମିଳାଇଛନ୍ତି ପ୍ରସିଦ୍ଧ ଜର୍ମାନ ସଙ୍ଗୀତକାର ହାନ୍ସ ଜିମର। ଏପରିକି ରାବଣ ତାଣ୍ଡବ ଭଳି ସଙ୍ଗୀତକୁ ଚୂଡ଼ାନ୍ତ ରୂପ ଦେବା ପାଇଁ ୧୨ରୁ ୧୩ ଥର ପରିବର୍ତ୍ତନ କରାଯାଇଥିଲା। ଶେଷରେ ସମସ୍ତଙ୍କ ପସନ୍ଦ ଅନୁସାରେ ଏହାକୁ ଚୂଡ଼ାନ୍ତ କରାଯାଇଥିଲା।

Related posts

 ‘ଡିପ୍‌ଫେକ୍‌’ ବିବାଦ; ଆକ୍ସନ ମୋଡରେ ପୋଲିସ

mahabharatanews

ଅସ୍ତ୍ରୋପଚାର ପରେ ଭାରତ ଫେରିଲେ କିଙ୍ଗ ଖାନ 

mahabharatanews

 ‘ଟାଇଗର୍‌-୩’ କ୍ରେଜ;  ଅଗ୍ରୀମ ୧.୫୦ ଲକ୍ଷ ଟିକେଟ୍ ବିକ୍ରି

mahabharatanews