ମନୋରଞ୍ଜନ

 ‘ଡିପ୍‌ଫେକ୍‌’ ବିବାଦ; ଆକ୍ସନ ମୋଡରେ ପୋଲିସ

(ମୁମ୍ବାଇ) : ରଶ୍ମିକା ମନ୍ଦାନା ‘ଡିପ୍‌ଫେକ୍‌’ ବିବାଦକୁ ନେଇ ସାରା ଦେଶରେ ଚହଳ ପଡ଼ିଥିବା ବେଳେ ଏବେ ଏହି ମାମଲାରେ ଆକ୍ସନ ମୋଡ୍କୁ ଆସିଛି ପୁଲିସ୍‌। ‘ଡିପ୍‌ଫେକ୍‌’ ମାମଲାରେ ପୁଲିସ୍‌ ଜଣେ ଅଜ୍ଞାତ ଲୋକ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ମାମଲାକୁ ନେଇ ଦିଲ୍ଳୀ ମହିଳା ଆୟୋଗ ପୁଲିସ୍‌କୁ ନୋଟିସ୍‌ ପଠାଇଥିବା ବେଳେ ପୁଲିସ୍‌ ଏବେ ତତ୍ପରତା ଦେଖାଇଛି।

ସୂଚନାନୁଯାୟୀ , ନଭେମ୍ବର ୧୦ ତାରିଖରେ ଦିଲ୍ଳୀ ପୁଲିସ୍‌ର ଏକ ସ୍ବତନ୍ତ୍ର ସେଲ୍‌ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରିଛି। ପୁଲିସ୍‌ର କହିବା କଥା ହେଉଛି ଏହି ମାମଲାକୁ ନେଇ ଏକ ଟିମ୍‌ ଗଠନ କରାଯାଇ ଏହାର ତଦନ୍ତ ଆରମ୍ଭ ହୋଇଛି। ଉଦ୍ଦେଶ୍ୟମୂଳକ ଭାବେ ଏଡିଟ୍‌ କରାଯାଇଛି। ଏହି ଭିଡିଓ ଇଣ୍ଟରନେଟ୍‌ରେ ଅପ୍‌ଲୋଡ ହେବାପରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଏବଂ ବଲିଉଡ୍‌ ଆଇକନ୍‌ ଅମିତାଭ ବଚ୍ଚନଙ୍କ ସମେତ ଚଳଚ୍ଚିତ୍ର ଜଗତର ଅନେକ ବ୍ୟକ୍ତତ୍ବ ଏ ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ।

Related posts

ମାତା ସୀତାଙ୍କ ଭୂମିକାରେ ସାଇ ପଲ୍ଲଭି 

mahabharatanews

୧୫ରେ ମୁକ୍ତିଲାଭ କରିବ  ଚଳଚ୍ଚିତ୍ର ‘ଅପୂର୍ବା’

mahabharatanews

ଝିଅ ସହ ରାମ୍ପୱାକ୍ କରି ଚର୍ଚ୍ଚାରେ କପିଲ 

mahabharatanews