ଅପରାଧ

୪ ବର୍ଷର ନାବାଳକ ସାଜିଲା ହତ୍ୟାକାରୀ

(ନୂଆଦିଲ୍ଲୀ) ; ୪ ବର୍ଷର ଶିଶୁ ସାଜିଲା ହତ୍ୟାକାରୀ । କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏକ ସାମାନ୍ୟ କଥାକୁ ନେଇ ନାବାଳକ କରିଛି ଏମିତି କିଛି ଲୋମହର୍ଷଣକାରି କାଣ୍ଡ । ଏହି ଘଟଣା ଟି ହେଉଛି ପୂର୍ବଦିଲ୍ଲୀ ଅମନ ବିହାର ଠାରେ । ସୂଚନାରୁ ପ୍ରକାଶ ଯେ ୪ ବର୍ଷର ଶିଶୁଟି ଅଜାଣତରେ ପଡୋଶୀଙ୍କ ଘର ସାମ୍ନାରେ ପରିସ୍ରା କରିଦେଇଥିଲା । ଏହାକୁ ନେଇ ମା ସାବିତ୍ରୀ ରଣାଙ୍କ ସହ ପଡୋଶି ଝଟଡା କରିଥିଲେ । ଏବଂ ନାବାଳକ ଜଣଙ୍କ ମଧ୍ୟ ସାବିତ୍ରୀଙ୍କ ସହ ଝଗଡା କରିଥିବା ସମୟରେ ଅନ୍ୟ ପଡୋଶୀ ଓ ସ୍ଥାନୀୟ ଦୋକାନୀମାନେ ଛୋଟ ଘଟଣାକୁ ନେଇ କାହିଁକି ଝଗଢା କରୁଛ କରିବା ସହ ଏହାର ସମାଧାନ କରିଥିଲେ । ତା ପରେ ସବୁ ଠିକ୍ ଠାକ ଥିଲା । କିନ୍ତୁ ଅଗଷ୍ଟ ୧୧ ତାରିଖ ରାତି ୧୧.୩୦ ରେ ଘଟିଥିଲା ଛାତି ଥରାଇ ଦେଲା ଭଳି ଘଟଣା । ପଡ଼ୋଶୀଙ୍କ ଘରେ ରହୁଥିବା ନାବାଳକ ଜଣଙ୍କ ହଠାତ୍ ଗୋଟିଏ ରେଜର ଧରି ସାବିତ୍ରୀଙ୍କ ଘରେ ପହଞ୍ଚିଥିଲା। ସାବିତ୍ରୀ କିଛି ବୁଝିବା ଆଗରୁ ସେ ତାଙ୍କୁ ଆକ୍ରମଣ ଆରମ୍ଭ କରି ଦେଇଥିଲେ। ନାବାଳକ ଜଣଙ୍କ ରେଜର୍ରେ ସାବିତ୍ରୀଙ୍କ ଶରୀରର ଏକାଧିକ ଅଂଶକୁ କାଟି ପକାଇବା ସହ ତାଙ୍କୁ ମାଡ଼ ମାରିଥିଲା। ଗୁରୁତର ଅବସ୍ଥାରେ ସାବିତ୍ରୀଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ପୁଲିସ୍ କହିଛି।ଘଟଣା ପରେ ପୁଲିସ୍ ଅଭିଯୁକ୍ତ ନାବାଳକକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

 

Related posts

ଜେଲରେ ଦୁର୍ଦ୍ଦାନ୍ତ ମାଓନେତା ଦୁବାସି ଶଙ୍କରକୁ ଜେରା

mahabharatanews

ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ

mahabharatanews

ବାଲି ମାଫିଆଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର, ଆରଆଇ ଗୁରତର

mahabharatanews