Uncategorized

ଟଙ୍କା ନାଇଁ ବୋଲି , ଫ୍ରିଜିରେ ରଖିଲେ ଶବ

(ହାଇଦ୍ରାବଦ) ; କରୋନା ମାହାମାରି ରେ ଲୋକଙ୍କୁ ଅଭାବ ଅନଟନ ଘାରିଛି । ପାଖରେ ଟଙ୍କା ନଥିଲା ବୋଲି ଜେଜେବାପାର ଶବ ସକ୍ରାର କରିପାରିଲା ନାହିଁ , ଶବକୁ ରଖିଲା ଫିଜରେ । ଏମିତି ଏକ ସମସ୍ତକୁ ଚକିତ କଲା ଭଳି ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନାରେ । ସୂଚନା ଅନୁଯାୟୀ ୱାରଙ୍ଗଲର ପାରକାଲାରେ ନିଖିଲ ନାମକ ଜଣେ ଯୁବକ ତାଙ୍କ ଜେଜେଙ୍କ ସହ ଭଡ଼ା ଘରେ ରହୁଥିଲେ। ଜେଜେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ପେନସନ ଟଙ୍କା ଯାହା ମିଳୁଥିଲା ଏଥିରେ ଉଭୟ ଚଳୁଥିଲେ। ତେବେ କିଛି ଦିନ ତଳେ ଜେଜେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ।ନିଖିଲ ଉକ୍ତ ଘରେ ହିଁ ତାଙ୍କର ଚିକିତ୍ସା କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ନିଖିଲ କେମିତି ଅନ୍ତିମ ସଂସ୍କାର କରିବେ, ସେକଥା ଚିନ୍ତା କରିଥିଲେ। କିନ୍ତୁ ତାଙ୍କ ପାଖରେ ଟଙ୍କା ନଥିବାରୁ ସେ ଜେଜେଙ୍କ ଶବକୁ ବେଡ୍ ଶିଟ୍ରେ ଗୁଡ଼ାଇ ଘରେ ଥିବା ଫ୍ରିଜ୍ରେ ରଖି ଦେଇଥିଲେ।ହାଦ୍ୱାରା ଶବ ଆଉ ପଚିବ ନାହିଁ ବୋଲି ସେ ଆଶା କରିଥିଲେ। କିନ୍ତୁ ୩ ଦିନ ପରେ ଘର ମଧ୍ୟରୁ ଦୁର୍ଗନ୍ଧ ବାହାରି ଥିଲା। ପଡ଼ୋଶୀ ଏହାକୁ ଜାଣିବା ପରେ ନିଖିଲଙ୍କୁ ପଚାରି ଥିଲେ। ହେଲେ ନିଖିଲ କୌଣସି ଉତ୍ତର ଦେଇ ନଥିଲେ। ଶେଷରେ ସେମାନେ ପୁଲିସ୍କୁ ଖବର ଦେଇଥିଲେ।ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଫ୍ରିଜ୍ ମଧ୍ୟରୁ ୯୩ ବର୍ଷୀୟ ବୃଦ୍ଧଙ୍କ ଶବକୁ ଜବତ କରିଥିଲା। ନିଖିଲ ଟଙ୍କା ନଥିବାରୁ ଶବକୁ ଫ୍ରିଜ ମଧ୍ୟରେ ରଖିଥିବା କହିଥିଲେ ହେଁ ପୁଲିସ୍ ଏହା ପଛରେ ଆଉ କିଛି କାରଣ ରହିଛି କି ନାଁ, ତା’ର ଯାଞ୍ଚ କରୁଛି। ଜେଜେ ମରିଯାଇଥିବା ଖବର ପ୍ରଚାର ହେଲେ, ସମ୍ଭବତଃ ସେ ପାଉଥିବା ପେନସନ ବନ୍ଦ ହୋଇଯିବ ବୋଲି ଭାବି ଏହାକୁ ନିଖିଲ ଲୁଚାଇ ରଖିଥିବା ସନ୍ଦେହ କରାଯାଉଛି। ପୁଲିସ୍ ଗୋଟିଏ ସନ୍ଦେହଜନକ ମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

 

Related posts

ରଜନୀକାନ୍ତ ସୁସ୍ଥ, ହସ୍ପିଟାଲରୁ ଡିସ୍ଚାର୍ଜ

mahabharatanews

ଏହି ଗଛ ଲଗାଇଲେ ଘରୁ ଦୂର ହୋଇଥାଏ ବାସ୍ତୁଦୋଷ

mahabharatanews

୬୦ ଆନ୍ଦୋଳନକାରୀ ଶିକ୍ଷାର୍ଥୀ ଅଟକ

mahabharatanews