କଳାହାଣ୍ଡି : ଅସହାୟ ଅବସ୍ଥାରେ ରହିଛନ୍ତି ଅଶ୍ୱିନ । ଦୁଇ ବର୍ଷ ଭିତରେ ଚାଲିଗଲେ ବାପା ମା । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ସର୍ଗିଗୁଡା ଗ୍ରାମପଞ୍ଚାୟତ ଗ୍ରାମର ଏକ୍ଟାଗୁଡ଼ା ଅନାଥ ନାବାଳକ ଅଶ୍ୱିନ ମାଝୀ ।ଦୁଇ ବର୍ଷ ମଧ୍ୟରେ ମା ବାପା ଙ୍କୁ ହରାଇ ଥିବା ବେଳେ ଅସହାୟ ଅବସ୍ଥାରେ ଜୀବନ ଅତିବାହିତ କରୁଛି । ସୂଚନା ଅନୁଯାୟୀ ଏକଟାଗୁଡା ଗ୍ରାମର ମାଧୁ ମାଝୀ, ତାଙ୍କ ସ୍ତ୍ରୀ ଲକ୍ଷ୍ମୀ ମାଝୀ । ଅଶ୍ୱିନଙ୍କ ପରିବାର କୁଳମଜୁରୀ କରି ହସଖୁସିରେ ଜୀବନ ଅତିବାହିତ କରୁଥିଲେ । ତେବେ ତାଙ୍କ ହସଖୁସିର ଜୀବନରେ କାହାର ଖରାପ ନଜର ପଡିଗଲା । ହଠାତ ତାଙ୍କ ପରିବାରକୁ ଦୁଃଖର ବାଦଲ ମାଡି ଆସିଲା । ୨୦୨୦ ମସିହାରେ ମାଧୁ ଜ୍ବରରେ ପଡି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ସ୍ତ୍ରୀ ଗତ ନଭେମ୍ବର ମାସରେ ଜଣ୍ଡିସରେ ଆକ୍ରାନ୍ତ ହୋଇ ଦିନ କେଇଟାରେ ମୃତ୍ୟୁ ବରଣ କରିଛନ୍ତି । ବର୍ତ୍ତମାନ ନାବାଳକ ଅଶ୍ୱିନ ଅନାଥ ହୋଇଥିବା ବେଳେ ତାଙ୍କ ବଡ଼ ବାପା ଘରେ ତାଙ୍କୁ ସହାରା ଦେଇଛନ୍ତି। ସରକାରୀ ସହାୟତା କହିଲେ କିଛି ନାହିଁ । ସେମାନେ ମଧ୍ୟ ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ଅଶ୍ୱିନର ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି । କିଛି ସରକାରୀ ସହାୟତା ମିଳିଲେ ଅଶ୍ୱିନଙ୍କୁ ପ୍ରତିପୋଷଣ କରିବା ସହ ପାଠ ଦୁଇ ଅକ୍ଷର ପଢ଼ାଇ ମଣିଷ କରି ପାରନ୍ତେ ବୋଲି ଅଶ୍ୱିନଙ୍କ ବଡ଼ ବାପା ଯୁଧିଷ୍ଠିର ମାଝୀ କହିଛନ୍ତି । ଏ ନେଇ ଜୟପାଟଣା ମଙ୍ଗଳ ଅଧିକାରୀ କୌଶଲ୍ୟା ମାଝୀ ଙ୍କୁ ପଚାରିବାରୁ ସେ ତଦନ୍ତ କରି ପଦକ୍ଷେପ ନେବେ ବୋଲି କହିଛନ୍ତି । ସରକାର ଗରିବଙ୍କ ପାଇଁ ଯୋଜନା ଉପରେ ଯୋଜନା କରୁଥିବା ବେଳେ କିଛି କୁଜି ନେତା ଏହାକୁ ବାଟ ମାରଣା କରୁଛନ୍ତି । ଯେଉଁଥିପାଇଁ ଗରିବଙ୍କ ପାଇଁ ଯୋଜନା ସାତ ସପନ ପାଲୋଟିଛି । ଥରେ ସେଇ ପିଲାଟି କଥା ଆପଣମାନେ ଭାବନ୍ତୁ, ତାର କୁନିକୁନି ହାତରେ ଦୁନିଆ ଗଢିତୋଳିବା ବୟସରେ କଣ ତାର ଭବିଶ୍ୟତ ଅନ୍ଧାର ହୋଇଯିବ । ଯଦି ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦିଅନ୍ତା ତାହେଲେ ଅଶ୍ୱନିଙ୍କ ଜୀବନ ଉଜ୍ୱଳ ହୋଇ ପାରନ୍ତା ।
previous post
next post
