ଓଡିଶା

ଉତ୍କଳ ଦିବସରେ ଯୁବ ଶକ୍ତି ଟ୍ରଷ୍ଟ ପକ୍ଷରୁ ରେଡକ୍ରସ ଭବନ ଠାରେ ରକ୍ତଦାନ ଶିବିର ଆୟୋଜିତ

ଦାନରେ ଶ୍ରେଷ୍ଠ ଦାନ ରକ୍ତ ଦାନ।  ରକ୍ତଦାନ, ମହାପୂଣ୍ୟ । ରକ୍ତଦାନ ଅନେକଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୁଏ । ଏହି ମନ୍ତ୍ରକୁ ଆଧାର କରି ଉତ୍କଳ ଦିବସ ଅବସରରେ ସୁସ୍ଥ ଓଡ଼ଶା ଗଠନ କରିବା ଲକ୍ଷରେ ଯୁବ ଶକ୍ତି ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱର ସ୍ଥିତ ରେଡକ୍ରସ ଭବନ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।

ଯୁବ ଶକ୍ତି ଟ୍ରଷ୍ଟ ସାମାଜିକ ଦାୟିତ୍ୱ ପାଳନ ପାଇଁ ପ୍ରତିବଦ୍ଧ ଥିବା ଏକ ସାମାଜିକ ଅନୁଷ୍ଠାନ ।  ନିଜର ସାମାଜିକ ଦାୟିତ୍ୱ ତୁଲାଇବାକୁ ଯାଇ ଉତ୍କଳ ଦିବସ ଅବସରରେ ରକ୍ତଦାନ ଶିବିରର ଆୟୋଜନ କରିଛି । ଏହି ଟ୍ରଷ୍ଟରେ ଅନେକ ଯୁବ,ଛାତ୍ର , ବୁଦ୍ଧିଜୀବୀ, ସାମ୍ୱାଦିକ ଓ ଅଭିନେତା ଅଭିନେତ୍ରୀ ମାନେ ଉପସ୍ଥିତ ରହି ଏହି ରକ୍ତଦାନ ଶିବିରରେ ଉତ୍ସାହର ସହ ସାମିଲ ହୋଇ ରକ୍ତଦାନ ଶିବିରକୁ ସଫଳ କରିଥିଲେ । ପଦ୍ମଶ୍ରୀ ଡକ୍ଟର ଅଶୋକ ମହାପାତ୍ର , ଡକ୍ଟର ଦେବାଶିଷ ସାହୁ , ଯୁବ ଶକ୍ତି ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଅମିତ୍ ମଲ୍ଲିକ ଏହି ରକ୍ତଦାନ ଶିବିରକୁ ଶୁଭରମ୍ଭ କରିଥିଲେ।

ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଅଭିନେତା ବାବୁଶାନ୍ ମହାନ୍ତି,ଡକ୍ଟର ଅମୃତ ପାଟ୍ଟଯୋଷୀ, ଯୁବ କ୍ରୀଡ଼ାବିତ ଦୁତ୍ତି ଚାନ୍ଦ,ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ, ଛାତ୍ର ବିଜେଡ଼ି ସଭାପତି ଇପ୍ସିତା ସାହୁ, ଯୁବ ନେତ୍ରୀ ଚିନ୍ମୟୀ ଜେନା, ଯୁବ ନେତ୍ରୀ ସ୍ୱାଗତିକା ମହାନ୍ତି,ମହିଳା ନେତ୍ରୀ ଲୋରା ମୋହାପତ୍ର, ଯୁବ ଶକ୍ତି ଟ୍ରଷ୍ଟର ଟ୍ରଷ୍ଟି ଆଶିଷ କୁମାର ରାଉତ ପ୍ରମୁଖ ଏହି ରକ୍ତଦାନ ଶିବିରରେ ଉତ୍ସାହର ସହ ସାମିଲ ହୋଇ ରକ୍ତଦାନ ଏକ ଶ୍ରେଷ୍ଠ ମହାନ ଦାନର ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ।

Related posts

ରାଜ୍ୟରେ ଆଉ ୯ଜଣଙ୍କ କରୋନାରେ ମୃତ୍ୟୁ

mahabharatanews

ସ୍ତ୍ରୀଙ୍କୁ ହତ୍ୟା କରି ସ୍ୱାମୀ ଗିରଫ

mahabharatanews

ବଢ଼ିବନି ରିଟେଲ ବିଦ୍ୟୁତ ଶୁଳ୍କ, ଡିଜିଟାଲ୍‌ ପେମେଣ୍ଟରେ ମିଳିବ ଗ୍ରାହକଙ୍କୁ ରିହାତି

mahabharatanews