ଦେଶ ବିଦେଶ

ବିହାର ନାଳନ୍ଦାରେ ହୃଦୟବିଦାରକ ଘଟଣା

ବିହାର ନାଳନ୍ଦାରେ ହୃଦୟବିଦାରକ ଘଟଣା ଘଟିଛି । ବିହାର ନାଳନ୍ଦାରେ ଥିବା ଏକ ମନ୍ଦିରରେ ସକାଳୁ ସକାଳୁ ଦଳାଚକଟା ଯୋଗୁଁ ୮ ଜଣ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଛି । ଜିଲ୍ଲାର ପ୍ରସିଦ୍ଧ ମା’ ଶୀତଳା ମନ୍ଦିରରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ସ୍ଥିତି ଉପୁଜିଛି, ଯେଉଁଥିରେ ଅତିକମରେ ୮ ଜଣ ମହିଳା ଶ୍ରଦ୍ଧାଳୁଙ୍କ ପ୍ରାଣହାନି ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଦଳାଚକଟାରେ ଅନେକ ଲୋକ ଆହତ ହୋଇଛନ୍ତି । ଆଗକୁ ମୃତକଙ୍କ ସଂଖ୍ୟା ବଢିପାରେ । ଆଜି ଚୈତ୍ର ମାସର ଶେଷ ମଙ୍ଗଳବାର ହୋଇଥିବାରୁ ଶୀତଳା ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ଶୀତଳା ଅଷ୍ଟମୀ ଅବସରରେ ମା’ଙ୍କୁ ବାସି ଭୋଗ ଲାଗି କରିବାର ପରମ୍ପରା ରହିଛି।

ମନ୍ଦିର ନିକଟରେ ମେଳା ଲାଗିଥିବାରୁ ରାସ୍ତା ଅତ୍ୟନ୍ତ ସଂକୀର୍ଣ୍ଣ ହୋଇପଡ଼ିଥିଲା। ଏହି ସମୟରେ ଅତ୍ୟଧିକ ଭିଡ଼ ଯୋଗୁଁ ହଠାତ୍ ପାଦଚକଟା ଆରମ୍ଭ ହୋଇଥିଲା। ଜୀବନ ବଞ୍ଚାଇବା ପାଇଁ ଲୋକେ ଏପଟ ସେପଟ ଦୌଡ଼ିବା ଫଳରେ ଅନେକ ମହିଳା ତଳେ ପଡ଼ି ଦଳି ହୋଇଯାଇଥିଲେ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୮ ଜଣଙ୍କ ମଧ୍ୟରୁ ଦୁଇଜଣଙ୍କ ପରିଚୟ ମିଳିଛି। ସେମାନେ ହେଲେ ରୀତା ଦେବୀ ବୟସ ୫୦, ରେଖା ଦେବୀ ୪୫ବର୍ଷ , ଅନ୍ୟ ମୃତକଙ୍କ ପରିଚୟ ଜାଣିବା ପାଇଁ ପୋଲିସ ଚେଷ୍ଟା କରୁଛି । ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିବା ବେଳେ ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ସ୍ଥାନୀୟ ମଡେଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସମ୍ପର୍କରେ ଖବର ପାଇ ଦୀପନଗର ଥାନା ପୋଲିସ ଓ ଜିଲ୍ଲା ପ୍ରଶାସନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।

Related posts

ଘନେଇବାରେ ଲାଗିଛି ଆଇସିସି ଓ ବିସିବି ବିବାଦ ।

mahabharatanews

ମାଲେସିଆ ଓପନ୍ ସୁପର ୧୦୦୦ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କଲେ ପି. ଭି. ସିନ୍ଧୁ

mahabharatanews

ଇରାନ-ଆମେରିକା ମଧ୍ୟରେ ମହାଯୁଦ୍ଧର ଆଶଙ୍କା

mahabharatanews