ଓଡିଶା

ନବୀନ ନିବାସରେ ସିନେ ଅଭିନେତା

(ଭୁବନେଶ୍ୱର)  : ଶୁକ୍ରବାର ସକାଳୁ ସକାଳୁ ଅନେକ ସିନେ ଅଭିନେତା ଏବଂ ଗୀତିକାରମାନଙ୍କୁ ନବୀନ ନିବାସକୁ ନିମନ୍ତ୍ରଣ କରାଯାଇଥିଲା। ଯାହାକୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି । ଅଭିନେତା ସ୍ୱରାଜ ବାରିକ, ଅମ୍ଲାନ ଦାସ, ସମ୍ବିତ, ଦେବାଶିଷ, କମେଡିଆନ ସନ୍ତୁ, ଶଙ୍କର, ଗୁଡୁ ଓ ଅଭିନେତ୍ରୀ ଭୂମିକା, ଲିପ୍ସା ଓ ନିକିତା ଏବଂ ଅନ୍ୟ ହାସ୍ୟ କଳାକାରଙ୍କ ସହ ବହୁ ୟୁଟ୍ୟୁବର ମାନେ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ ,  ଆଗାମୀ ସାଧାରଣ ନିର୍ବାଚନରେ ପ୍ରଚାର ଜୋରଦାର କରିବା ପାଇଁ ବିଜୁ ଜନତା ଦଳ ନିଜର ପ୍ରୟାସ ଆରମ୍ଭ କରିଛି । ପ୍ରଚାର ମୈଦାନକୁ ଆହୁରି ଜୋରଦାର କରିବା ପାଇଁ ଲୋକପ୍ରିୟ କଳାକାରଙ୍କୁ ଖୋଜା ପଡିଥିବା କୁହାଯାଉଛି । କାରଣ ଏଥର ବିଜେଡିରୁ ଯାଇ ସମସ୍ତ ଷ୍ଟାର ପ୍ରଚାରକ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।

Related posts

ବାଇକ୍ ଉପରେ ମାଡିଗଲା ଟ୍ରକ୍

mahabharatanews

ଆଜି ଅଭିମାନିନୀ ମାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମନେଇବେ ମହାପ୍ରଭୁ

mahabharatanews

ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ, ବାଲୁକା କଳା ମାଧ୍ୟମରେ ଶ୍ରଦ୍ଧାଞ୍ଜଳୀ

mahabharatanews