ଓଡିଶା

ଏକତ୍ରିତ ହୋଇ ସମୂହ ଇସ୍ତଫା ପ୍ରଦାନ କଲେ ୨୫ ପ୍ରାଣୀ ଚିକିତ୍ସକ

କୋରାପୁଟ: କୋରାପୁଟ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିନରେ କାର୍ୟ୍ୟରତ ସମସ୍ତ ପ୍ରାଣୀ ଚିକିତ୍ସା ଡାକ୍ତର ମାନେ ଆଜି ଜିଲ୍ଲା ମୁଖ୍ୟ କାର୍ୟ୍ୟାଳୟ ଠାରେ ଏକତ୍ରିତ ହୋଇ ସମୂହ ଇସ୍ତଫା ପ୍ରଦାନ କରିଛନ୍ତି। ୧୩ ଦଫା ଦାବି କରି ଇସ୍ତଫା ପତ୍ର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରବିନାରାୟଣ ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି । ଦାବି ପୂରଣ ନହେଲେ ଶୁକ୍ରବାର ଠାରୁ ପ୍ରାଣୀ ଚିକିତ୍ସକମାନ ଚିକିତ୍ସା କରିବେ ନାହିଁ ବୋଲି ମଧ୍ୟ ଚେତାବନୀ ପ୍ରଦାନ କରିଛନ୍ତି । ଦାବି ପୂରଣ ପାଇଁ ଗତ ୧ ତାରିଖରୁ ଡିଜିଟାଲ କାର୍ୟ୍ୟ ବର୍ଜନ କରିଥିଲା ଓଡ଼ିଶା ପ୍ରାଣୀ ଚିକିତ୍ସକ ସଂଘ। ରାଜ୍ୟ ସରକାର ସଂଘର ଦାବି ପୂରଣ କରିବା ପରିବର୍ତ୍ତେ ଆକ୍ରୋଶମୂଳକ ଭାବେ ସଂଘର କର୍ମକର୍ତ୍ତାଙ୍କୁ ରାତି ଅଧିଆ ବଦଳି କରିଥିଲା। ଏହାର ପ୍ରତିବାଦରେ ଆଜି ନବରଙ୍ଗପୁର ଜିଲ୍ଲାରେ କାର୍ୟ୍ୟରତ ୨୫ ଜଣ ପ୍ରାଣୀ ଚିକିତ୍ସକ ସମୂହ ଇସ୍ତଫା ଦେଇଛନ୍ତି । ଦାବିରେ ରହିଛି- ସାଧାରଣ ବର୍ଗ ଡାକ୍ତରଙ୍କ ସହ ସମାନ ଦରମା, ପଦୋନ୍ନତି, ସ୍ୱତନ୍ତ୍ର ସୁରକ୍ଷା ଆଇନ୍, ନ୍ୟୁନତମ ପ୍ରାଣୀ ଚିକିତ୍ସା ଭିତ୍ତିଭୂମି ଓ ମାନବ ସମ୍ବଳ ବ୍ୟବସ୍ଥା, ନିରବଛିନ୍ନ ଔଷଧ ବିତରଣ, ପ୍ରାଣୀ ରୋଗର ନିଦାନ ସୁବିଧା, ବିଶେଷଜ୍ଞ ଚିକିତ୍ସା, ଦ୍ୱାରାଦେଶରେ ନିଃଶୁଳ୍କ ପ୍ରାଣୀ ଚିକିତ୍ସା ପ୍ରମୁଖ ରହିଛି। ଏହି ସବୁ ଦାବି ପୂରଣ ପାଇଁ ଦୀର୍ଘ ଦିନ ଧି ସଂଘ ଦାବି କରିଆସୁଥିଲା। ହେଲେ ରାଜ୍ୟ ସରକାର ସଂଘର ଦାବି ପୂରଣ କରୁନଥିଲା। ଓଲଟା ତାଙ୍କ ଉପରେ ଦାଉ ସାଧିଛି। ପ୍ରାଣୀ ଚିକିତ୍ସକଙ୍କୁ ବଦଳି କରାଯାଉଥିଲା। ରାଜ୍ୟ ସରକାରଙ୍କ ଏପରି ଆଭିମୁଖ୍ୟକୁ ସଂଘ ବିରୋଧ କରିଛି।

Related posts

ବ୍ୟାପକ ପରିମାଣରେ ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

mahabharatanews

ଆସନ୍ତା କାଲି ସୁଦ୍ଧା ବଡ଼ଦାଣ୍ଡ ଖାଲି କରିବାକୁ ଉଠା ଦୋକାନୀଙ୍କୁ ନୋଟିସ

mahabharatanews

ଜୟପୁର ବିଜେଡି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ପାଳନ

mahabharatanews