ଓଡିଶା

ଓଡ଼ିଶାରେ ମତଦାନ ଆରମ୍ଭ

(ଭୁବନେଶ୍ୱର) :  ଓଡ଼ିଶାରେ ମତଦାନ ଆରମ୍ଭ । ପ୍ରଥମ ପର୍ଯ୍ୟାୟରେ ୪ ସଂସଦୀୟ କ୍ଷେତ୍ରରେ ଚାଲିଛି ମତଦାନ। କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର, କଳାହାଣ୍ଡି ପାଇଁ ମତଦାନ ଚାଲିଛି । ସେହିପରି ୨୮ ବିଧାନସଭା କ୍ଷେତ୍ର ପାଇଁ ମଧ୍ୟ ଏକସଙ୍ଗେ ଭୋଟିଂ ଚାଲିଛି ।

ସୂଚନାନୁଯାୟୀ ,   ପ୍ରଥମ ପର୍ଯ୍ୟାୟରେ ମୋଟ ୬୨ ଲକ୍ଷ ୮୭ ହଜାର ଭୋଟର ମତଦାନ କରିବେ । ସେମାନଙ୍କ ମଧ୍ୟରୁ ୩୦ ଲକ୍ଷ ୯୭ ହଜାର ପୁରୁଷ, ୩୧ ଲକ୍ଷ ୮୯ ହଜାର ମହିଳା ଭୋଟର ଅଛନ୍ତି । ମୋଟ ୭ ହଜାର ୩୦୩ କେନ୍ଦ୍ରରେ ଭୋଟର ମତଦାନ ହେବ । ସମ୍ବେଦନଶୀଳ ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମାଓପ୍ରବଣ ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି । ପ୍ରଥମ ପର୍ଯ୍ୟାୟ ପାଇଁ ମୋଟ୍ ୭ହଜାର ୩୦୩ ମତଦାନ କେନ୍ଦ୍ର କରାଯାଇଛି । ୧୨ଶହ ୭୬ ଆଦର୍ଶ ବୁଥ୍ କରାଯାଇଛି ।

Related posts

ଅରିନ୍ଦମଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

mahabharatanews

ବିଜେଡ଼ିରେ ଯୋଗ ଦେଲେ ପୂର୍ବତନ ବିଧାୟକ ରାଘବ ଚନ୍ଦ୍ର ସେଠୀ

mahabharatanews

ନବରଙ୍ଗପୁରରେ ୧୦ କୋଟି ଟଙ୍କାର ଏକ ଅତ୍ୟାଧୁନିକ ପ୍ରେକ୍ଷାଳୟ ହେବ

mahabharatanews