ଓଡିଶା

ରାସ୍ତାକଡ଼ରେ ଅଜଣା ମୃତଦେହ ଠାବ

ସୋନପୁର : ରାସ୍ତାକଡ଼ରେ ଅଜଣା ମୃତଦେହ ଠାବ । ଏଭଳି ଅଭାବନୀୟ ଘଟଣା ଘଟିଛି ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସାଲେପାଲି ଓ ଗୁଳିହାପଦର ରାସ୍ତାରେ । ସୂଚନାନୁସାରେ , ଶନିବାର ସକାଳ ସମୟରେ କିଛି ଲୋକ ଯାଉଥିବାବେଳେ ରାସ୍ତାକଡ଼ରେ ବାଇକ୍‌ ପଡିଥିବାର ଦେଖିଥିଲେ । ଏହାପରେ ବାଇକ୍‌ ପାଖ ଯାଇ ଦେଖିବା ବେଳେକୁ , ସେଠାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡିଛି ।

ଏହାପରେ ତୁରନ୍ତ ଡୁଙ୍ଗୁରିପାଲି ପୋଲିସକୁ ଖବର ଦେଇଥିଲେ । ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି ।ତେବେ ଦୁର୍ଘଟଣା କିଭଳି ହୋଇଛି । ତାହା ଏବେ ଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ମୃତକଙ୍କ ପରିଚୟ ମଧ୍ୟ ମିଳିନାହିଁ । ମୃତ ବ୍ୟକ୍ତିଙ୍କ ମୁହଁରେ ଗଭୀର ଆଘାତ ଲାଗିଥିବାରୁ ଏହା ହତ୍ୟା ନା ଦୁର୍ଘଟଣା । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

Related posts

ଗତ ଜୁନରୁ ନଭେମ୍ବର ଭିତରେ ଘଟିଥିବା ଅପରାଧର ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ

mahabharatanews

୫ ଓ ୬ରେ ପ୍ରବଳ ବର୍ଷା ସମ୍ଭାବନା

mahabharatanews

“ମହାପ୍ରଭୁ ଓ ଆପଣମାନଙ୍କ ଆଶୀର୍ବାଦରୁ ନବୀନ ପଟ୍ଟନାୟକ ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ”:ପାଣ୍ଡିଆନ

mahabharatanews