ଅପରାଧ

ଟ୍ରକ ଉପରେ ଚଢିଗଲା ମାଲବାହୀ ଟ୍ରେନ

(ସିଧେଶ୍ୱର ସ୍ୱାଇଁ/କୁଜଙ୍ଗ): ବନ୍ଦର ନିଷିଦ୍ଧାଞ୍ଚଳରେ ଆଜି ଏକ ଅଘଟଣ ଘଟିଛି। ପାରାଦ୍ବୀପ ବନ୍ଦରର ଏକ ନମ୍ବର ଗେଟ୍ ନିକଟରେ ଘଟିଛି ଏଭଳି ଦୁର୍ଘଟଣା। ଜେ.ଏସ୍.ଡବ୍ଲୁ ୱାଗନ ଅନଲୋଡିଂ ସାଇଟରେ ଏକ ମାଲବାହୀ ଟ୍ରେନ୍ ୱାଗନ ଅନଲୋଡିଂ କରୁଥିବା ଟ୍ରକ୍ ଉପରେ ମାଡି ଯାଇଛି। ଟ୍ରେନଟି ପଛେଇ ପଛେଇ ଆସି ମାଡି ଯାଇଥିବା ଜଣାପଡିଛି। ରେଳ ଡବା ଟ୍ରକ୍ ଉପରେ ମାଡି ଯିବା ସମୟରେ ଉପସ୍ଥିତ ବୁଦ୍ଧି ଖଟେଇ ଡ୍ରାଇଭର ଜଣକ ଗାଡିରୁ ଡେଇଁ ପଡିବାରୁ ମୃତ୍ୟୁ ମୁଖରୁ ଅଳ୍ପକେ ରକ୍ଷା ପାଇଥିଲେ ମଧ୍ୟ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ପୋର୍ଟ ଟ୍ରାଫିକ୍ ବିଭାଗ ଓ ସି.ଆଇ.ଏସ.ଏଫ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ବନ୍ଦର ମଧ୍ୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ବହୁ ସଂଖ୍ୟାରେ ଟ୍ରକ୍ ଠିଆ ହୋଇଯିବାରୁ ମାଲ ପରିବହନରେ ମଧ୍ୟ ବାଧା ସୃଷ୍ଟି ହୋଇଛି। ବିଗତ ଦିନରେ ଏମିତି ଦୁର୍ଘଟଣା ଅନେକ ବାର ଘଟିଥିଲେ ମଧ୍ୟ ଏଥିପ୍ରତି କେହି ସତର୍କ ନ ଥିବା ଜଣାପଡୁଛି। ନିତିଦିନ ଘଟୁଥିବା ଦୂର୍ଘଟଣା ଏଡାଇବା ପାଇଁ ବନ୍ଦର ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଆଲୋଚନା ହେଉଛି।

Related posts

ଦୁଗ୍ଧ ଶୀତଳ ଭଣ୍ଡାର ଉପରେ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

mahabharatanews

ବାର ମାଲିକଙ୍କୁ ଖାତିର ପଡୁନି କଟକଣା

mahabharatanews

୫୦ ଲକ୍ଷ ଟଙ୍କାରୁ ଅଧିକ ବ୍ରାଉନ ସୁଗାର ଜବତ

mahabharatanews