ଓଡିଶା

ମହିଧରପୁର ଛକ ଠାରେ ଦ୍ରୁତଗାମୀ କାର ଧକ୍କାରେ ମହିଳା ମୃତ

ଅନୁଗୁଳ/ସୁଧାକର ସାହୁ: କର ଧକ୍କାରେ ମହିଳା ମୃତ | ରବି ବାର ସନ୍ଧ୍ୟା ପ୍ରାୟ ୬ଟା ବେଳେ ବନ୍ତଳା ପାଖରୁ ଏକ ଦ୍ରୁତଗାମୀ କାର ଯାହାର ନମ୍ବର OD 02BT4761 ଆସୁଥିବାବେଳେ ଭାରସାମ୍ୟ ହରାଇ ଏକ ମହିଳାଙ୍କୁ ବାଡ଼େଇଥିଲା ଯାହା ଦ୍ୱାରା ଘଟଣା ସ୍ଥଳରେ ମହିଳାଙ୍କ ମୃତୁ ହୋଇଥିଲା । ମୃତକ ମହିଳା ଜଣକ ମହିଧରପୁର ଗାଁର ସୁଷମା ପ୍ରଧାନ ବୟସ ୬୦ ବର୍ଷ | କୌଣସି କାମରେ ରାସ୍ତା ପାରି ହେଉଥିବା ବେଳେ କlର ଟି ଦୁର୍ଘଟଣା ଘଟାଇ ଥିଲା। କାରରେ ଥିବା ଦୁଇଜଣକୁ ସ୍ଥାନୀୟ ଗ୍ରାମବାସୀଙ୍କ ଦ୍ଵାରା ଅଟକ ରଖି ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। କାର ଭିତରେ ପ୍ରାୟ ଏକ କ୍ଵିଣ୍ଟାଲ ଗଞ୍ଜେଇ ଥିବା ଦେଖିବାକୁ ମିଳିଛି। ଖବରପାଇ ବଅଁରପାଳ ପୋଲିସ ଘଟଣାର ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିବା ସହ ଦୁର୍ଘଟଣା ଘଟାଇଥିବl ଦୁଇଜଣ କୁ ନେଇ ପଚରାଉଚରା ଜାରି ରହିଛି ।

Related posts

ଜୀବିକା ପାଇଁ ଧାରଣାରେ ବିଦ୍ୟୁତ ମିଟର ରିଡର

mahabharatanews

୨୮ରେ ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

ଅଧା ରହିଗଲା ବିବାହର ଖୁସି; ଛାଡି ଚାଲିଗଲେ ମାଆ

mahabharatanews