ଓଡିଶା

ହ୍ୟୁମାନ ଚେନ୍ ମାଧ୍ୟମରେ ଭକ୍ତମାନଙ୍କୁ ସୃଙ୍ଖଳିତ ଭାବେ ଦର୍ଶନ କରାଇବାକୁ ନୂଆ ପ୍ରୟାସ

ପୁରୀ/ ଅଜୟ କୁମାର ସେଠି: ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାକୁ ସୃଙ୍ଖଳିତ ଓ ସୁସଂଗଠିତ କରିବା ଲାଗି ପୁଲିସ ନେଇଛି ବିରଳ ପଦକ୍ଷେପ। ହ୍ୟୁମାନ ଚେନ୍ ମାଧ୍ୟମରେ ଭକ୍ତମାନଙ୍କୁ ସୃଙ୍ଖଳିତ ଭାବେ ଦର୍ଶନ କରାଇବାକୁ ଆରମ୍ଭ କରିଛି ନୂଆ ପ୍ରୟାସ। ଏସପି ଡକ୍ଟର କନୱର ବିଶାଲ ସିଂଙ୍କ ନିର୍ଦ୍ଦେଶରେ ଆଜି ଭକ୍ତଙ୍କ ଗହଳି ଭିତରେ ହ୍ୟୁମାନ ଚେନ୍ ସିଷ୍ଟମକୁ ଲାଗୁ କରାଯାଇଛି। ବରିଷ୍ଠ ଅଧିକାରୀ ମାନେ ହାତ ଧରାଧରି ହୋଇ ହ୍ୟୁମାନ ଚେନ୍ ମାଧ୍ୟମରେ ଭକ୍ତମାନଙ୍କୁ ସୃଙ୍ଖଳିତ ଦର୍ଶନ କରାଇଛନ୍ତି। ଶ୍ରୀମନ୍ଦିର ରେ ପ୍ରବଳ ଗହଳି ଲାଗି ରହିଥିଲା। ଦର୍ଶନ ପାଇଁ ଲମ୍ବା ଲାଇନ୍ ରହିଥିବା ବେଳେ ନୂଆ ପଦକ୍ଷେପ ଲାଗୁ କରି ବେଶ୍ ସଫଳତା ହାସଲ କରିଥିବା ପୁଲିସ ସୂଚନା ଦେଇଛି। କେବଳ ସେତିକି ନୁହେଁ ଭକ୍ତମାନଙ୍କୁ ସୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ଯୋଗାଇ ଦେବାକୁ ପୁଲିସ ନିଜ ଆଡୁ ହାତ ବଢାଇଛି। ଦୀର୍ଘ ଦିନର ସମସ୍ୟାକୁ ସମାଧାନ କରିବା ପାଇଁ ହ୍ୟୁମାନ ଚେନ୍ ବ୍ୟବସ୍ଥାକୁ ହାତକୁ ନେଇ ସଫଳ ହୋଇଥିବା ଜଣାପଡିଛି। ତେବେ ପୁଲିସ ଭକ୍ତମାନଙ୍କୁ ଉତ୍ତମ ବ୍ୟବହାର ସହିତ ଅକୁଣ୍ଠ ସହଯୋଗ ଯୋଗାଇଦେଉଛନ୍ତି। ଆବଶ୍ୟକ ପଡିଲେ ଭକ୍ତଙ୍କ ହାତକୁ ପୁଲିସ ବଢାଇ ଦେଉଛି ନିଜ ମୋବାଇଲ। ଭକ୍ତମାନେ ମୋବାଇଲ ଷ୍ଟାଣ୍ଡରେ ମୋବାଇଲ ରଖି ଆସିଥିଲେ ବି ଜରୁରୀ ପରିସ୍ଥିତିରେ ପୁଲିସ ସହଯୋଗର ହାତ ବଢାଉଛି। ଫଳରେ ଭକ୍ତଟିଏ ନିଜ ପରିବାର ସହ କଥା ହୋଇପାରୁଛି। ତେବେ ଏହି ବ୍ୟବସ୍ଥା କିଭଳି ଭାବେ ଦର୍ଶନ ବ୍ୟବସ୍ଥାକୁ ଅଧିକ ସୃଙ୍ଖଳିତ କରିପାରିବ ଆଗାମୀ ଦିନରେ ସ୍ପଷ୍ଟ ହେବ।

Related posts

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା କାଲି ଠାରୁ ସକାଳୁଆ ସ୍କୁଲ

mahabharatanews

୨୪ ଘଣ୍ଟାରେ ୧୩ଟି ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ସମ୍ଭାବନା 

mahabharatanews

ମହାକାଳପଡାର ସଚେତନ ନାଗରିକଙ୍କ ସାମ୍ବାଦିକ ସମ୍ମିଳନୀ…

mahabharatanews