ଭାରତମନୋରଞ୍ଜନ

ବିଜେପିରେ ଯୋଗ ଦେଲେ ଶେଖର ସୁମନ

(ମୁମ୍ବାଇ) : ବଲିଉଡ ଅଭିନେତା ଶେଖର ସୁମନ୍ ନିଜ ୱେବ୍ ସିରିଜ୍ ‘ହିମାମଣ୍ତି’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହାରି ମଧ୍ୟରେ ଅଭିନେତା ବର୍ତ୍ତମାନ ଆଉ ଏକ ବଡ଼ ନ୍ୟୁଜକୁ ନେଇ ହେଡଲାଇନରେ ଅଛନ୍ତି । ମେ’୭ ତାରିଖରେ ଶେଖର ସୁମନ ବିଜେପିରେ ଯୋଗ ଦେଇଛନ୍ତି ।
ସୂଚନାନୁଯାୟୀ ,  ୨୦୦୯ମସିହାରେ ଶେଖର ସୁମନ ଶତ୍ରୁଘ୍ନ ସିହ୍ନାଙ୍କ ବିରୋଧରେ ପାଟନା ସାହିବରୁ ନିର୍ବାଚନ ଲଢିଥିଲେ । ଗୋଟେ ପଟେ ଦେଶରେ ଲୋକସଭା ନିର୍ବାଚନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ଜାରି ଚାଲିଥିବା ବେଳେ ଶେଖର ସୁମନ ବିଜେପିରେ ଯୋଗ ଦେଇଛନ୍ତି। ତେବେ ଭବିଷ୍ୟତରେ ଶେଖର ସୁମନ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଶେଖର ସୁମନ ବର୍ତ୍ତମାନ ତାଙ୍କର ରିଲିଜ୍ ହୋଇଥିବା ସିରିଜ୍ ହିରାମଣ୍ଡି ସଫଳତାକୁ ଉପଭୋଗ କରୁଛନ୍ତି । ଏହି ସିରିଜ୍ ନେଟଫ୍ଲିକ୍ସରେ ଚଳିତ ମାସରେ ମୁକ୍ତିଲାଭ କରିଛି । ହିରାମଣ୍ଡିରେ ଶେଖର ସୁମନଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି ।

Related posts

“‘ଝଲକ ଦିଖଲା ଯା-୧୧’ରେ ଅସମ୍ମାନ କରାଯାଉଛି”: ଶିବ ଠାକରେ

mahabharatanews

ଗ୍ରାଣ୍ତ ରିସେପ୍ସନ୍ ପାର୍ଟି ଦେବେ ପରି-ରାଘବ

mahabharatanews

୧୩ ନୁହେଁ ୧୪ରେ ଲଞ୍ଚ ହେବ ଚନ୍ଦ୍ରଯାନ-୩

mahabharatanews