ଓଡିଶା

ପୁଣି ପୋଲିସ ସହାୟତା ଲୋଡିଲେ ରାଜାଘର ସାନ ବୋହୂ 

(ଵଲାଙ୍ଗିର) : ଥାନାରେ ପହଞ୍ଚିଲେ ରାଜାଘର ସାନ ବୋହୂ । ଶ୍ୱଶୁର ଘରୁ ନିଜ ସାମଗ୍ରୀ ନେବା ପାଇଁ ପୋଲିସର ସହାୟତା ଲୋଡିଛନ୍ତି ରାଜାଘର ସାନ ବୋହୂ । ଉଭୟଙ୍କ ମଧ୍ୟରେ କିଛି ଦିନ ହେଲା ବିବାଦ ଲାଗି ରହିଛି । ଡେରାଡୁନ ଥାନାରେ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଛି । ଅର୍କେଶ ସିଂଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ସିଂଦେଓ ଵଲାଙ୍ଗିର ଟାଉନ ଥାନାରେ ପହଁଚିଛନ୍ତି ।

ସୂଚନାନୁଯାୟୀ ,   ପୂର୍ବରୁ ଅଦ୍ରିଜା ମଞ୍ଜରୀ ସିଂଦେଓ ନିଜ ସ୍ବାମୀ ଅର୍କେଶ ନାରାୟଣ ସିଂଦେଓ, ଶ୍ବଶୁର ଅନଙ୍ଗ ଉଦୟ ସିଂଦେଓ , ଶାଶୁ ଓ ଦେଢଶୂର କଳିକେଶଙ୍କ ନାମରେ ଯୌତୁକ ନିର୍ଯ୍ୟାତନା ଓ ମାରମିଟ୍ ନେଇ ଅଭିଯୋଗ କରିଥିଲେ । ଛାଡପତ୍ର ମାମଲା ଚାଲିଥିବା ବେଳେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଦ୍ରିଜା । ଆଜି ସକାଳୁ ସକାଳୁ ଟାଉନଥାନାରେ ପହଞ୍ଚିଛନ୍ତି ଅଦ୍ରିଜା। ଅପରାହ୍ନ ସାମ୍ବାଦିକ ସମ୍ବିଳନୀ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

Related posts

ବାଇକକୁ ଧକ୍କା ଦେଲା ହାଇୱା, ଯୁବକ ମୃତ

mahabharatanews

କ୍ୱାରେଣ୍ଟାଇନ ପରେ ପ୍ରୋତ୍ସାହନ ରାଶି ମିଳିବାରେ ବିଳମ୍ବ ନେଇ ପ୍ରବାସୀ ଶ୍ରମିକଙ୍କ ଧାରଣା

mahabharatanews

ସ୍ପଷ୍ଟ ହେଉନି ବୈବାହିକ ବଳାତ୍କାର ଅପରାଧ ନାଁ ଅପରାଧ ନୁହେଁ ?

mahabharatanews