ଓଡିଶା

ଶିମିଳିପାଳ ଜଗିବ ଏଆଇ କ୍ୟାମେରା

ମୟୂରଭଞ୍ଜ: ଏବେ ଆଉ ବର୍ତ୍ତିପାରିବେନି ଶିକାରୀ । ଶିକାରୀ ମାଫିଆଙ୍କୁ କରିବ ସାବାଡ୍ କରିବ ଏଆଇ କ୍ୟାମେରା । ଶିମିଳିପାଳରେ ଲାଗିବ ଏଆଇ କ୍ୟାମେରା । ଦେଶରେ ପ୍ରଥମ ଥର ପାଇଁ ଓଡିଶା ମୟୂରଭଞ୍ଜ ସ୍ଥିତ ଅଭୟାରଣ୍ୟରେ ଲାଗିବ ଏଆଇ କ୍ୟାମେରା । ୩୬୦ ଡିଗ୍ରୀ ଗତି ସହ ଜଙ୍ଗଲର କୋଣ ଅନୁକୋଣ ଉପରେ ନଜର ରଖି ନିଜ ଭିତରେ ସବୁ କଏଦ୍ କରିବ । ଯାହା ଶିମିଳିପାଳ ଜଙ୍ଗଲରେ କୌଣସି ବି ଖଳପ୍ରକୃତି କାର୍ଯ୍ୟକୁ ରୋକିବାରେ ସାହାର୍ଯ୍ୟ କରିବ ।

ଏଥିପାଇଁ ବ୍ୟାଘ୍ର ସଂରକ୍ଷଣ ଟିମ୍ ବା ଏସଟିଆର ପକ୍ଷରୁ ଏଭଳି କିଛି ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଏନେଇ ଶିମିଳିପାଳ ଡେପୁଟି ଡାଇରେକ୍ଟର ସୂଚନା ଦେଇ କହିଛନ୍ତି, ଶିମିଳିପାଳ ଜଙ୍ଗଲର ସୁରକ୍ଷା ପାଇଁ ଅତ୍ୟାଧୁନିକ ଏଆଇ କ୍ୟାମେରା ଲାଗିବ । ଯାହା ଭାରତରେ ପ୍ରଥମ । ପ୍ରଥମ ପର୍ଯ୍ୟାୟରେ ଅଭୟାରଣ୍ୟର ୨୭୫୦ ବର୍ଗ କିମି ଭିତରେ ୨୦୦୦ରୁ ଅଧିକ ଟାଓ୍ବାର ଲାଗିବ । ଏଥିରେ ଉଚ୍ଚକ୍ଷମତା ବିଶିଷ୍ଟ ରିୟଲ ଟାଇମ କ୍ୟାମେରା ଲାଗିବ । ପ୍ରତି ୧୫ରୁ ୨୯ କିମି ଦୂରତା ଅନ୍ତରାଳରେ ଗୋଟେ ଗୋଟେ ଏଆଇ ଟାଓ୍ବାର ଲାଗିବ । ଯାହା ଦ୍ବାରା ଏହା ୧୫ କିମି ରାଡିୟସରେ ଜଙ୍ଗଲରେ ଲାଗୁଥିବା ନିଆଁ, ପଶୁପକ୍ଷୀଙ୍କ ସୁରକ୍ଷା ଦିଗରେ କାମ କରିବ ସହିତ ଶିକାରୀଙ୍କ ଉପରେ ନଜର ରଖିବ । କିଛି ବି ଜାଗାରେ ଅନିୟମିତତା ଦେଖିଲେ ଏହା ସଙ୍ଗେ ସଙ୍ଗେ ଏସଟିଆର ଟିମକୁ ଏକ ନୋଟିଫିକେସନ ଦେବ, ଯାହାଦ୍ବାରା ଟିମ୍ ତ୍ବାରାନିତ ପଦକ୍ଷେପ ଗ୍ରହଣ କରିପାରିବେ । ତେବେ ଏ ସବୁକୁ କଣ୍ଟ୍ରୋଲ କରିବ ଭଞ୍ଜପୁର କାର୍ଯ୍ୟାଳୟରେ ଥିବା କଣ୍ଟ୍ରୋଲ ରୁମ୍ ।

Related posts

ରାଜ୍ୟରେ ଆଉ ୧୪୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ

mahabharatanews

ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

mahabharatanews

ଆଜି ବୈଶାଖ ପୂର୍ଣ୍ଣିମା 

mahabharatanews