ବିଶ୍ୱ

ଟୋକିଓ ବିମାନ ବନ୍ଦରରେ ଭୟଙ୍କର ବିମାନ ଦୁର୍ଘଟଣା

(ଜାପାନ) :  ଜାପାନର ଟୋକିଓସ୍ଥିତ ହେନେଡା ବିମାନ ବନ୍ଦରରେ ଆଜି ଭୟଙ୍କର ବିମାନ ଦୁର୍ଘଟଣା ହୋଇଛି। ଜାପାନ ଏୟାରଲାଇନ୍ସର ଏକ ବିମାନ ଅବତରଣ ସମୟରେ ରନୱେରେ ଛିଡ଼ା ହୋଇଥିବା ଜାପାନ ତଟରକ୍ଷୀ ବାହିନୀର ଏକ ବିମାନ ସହ ଦୁର୍ଘଟଣା ଗ୍ରସ୍ତ ହୋଇ ସଂପୂର୍ଣ୍ଣ ଜଳିଯାଇଛି।

ସୂଚନାନୁଯାୟୀ ,  ଜାପାନ ଏୟାରଲାଇନ୍ସରେ ଯାତ୍ରା କରୁଥିବା ୩୭୯ ଜଣ (୩୬୭ ଯାତ୍ରୀ ଓ ୧୨ କ୍ରୁ ସଦସ୍ୟ) ଉଦ୍ଧାର ହୋଇଛନ୍ତି। କିନ୍ତୁ ରନୱେ ଉପରେ ପୂର୍ବରୁ ଛିଡ଼ା ହୋଇଥିବା ଜାପାନ ତଟରକ୍ଷୀ ବାହିନୀର ବିମାନରୁ ୫ ଜଣ କ୍ରୁ ସଦସ୍ୟଙ୍କ ମୃତଦେହ ମିଳିଛି। ତଟରକ୍ଷୀ ବାହିନୀ ବିମାନରେ ୬ ଜଣ କ୍ରୁ ସଦସ୍ୟ ଥିଲେ। ଏହାର କ୍ୟାପଟେନ ବାହାରି ଯିବାରେ ସମର୍ଥ ହୋଇଛନ୍ତି।

Related posts

ବାଂଲାଦେଶ କ୍ରିକେଟ୍ ବୋର୍ଡ ପକ୍ଷରୁ କରାଯାଇଥିବା ଅନୁରୋଧକୁ ଶୁଣିଲାନି ଆଇସିସି ।

mahabharatanews

ଉନ୍ମୋଚିତ ହେଲା ମହିଳା ଦିନିକିଆ ବିଶ୍ବକପ୍‌ ୨୦୨୫ ର ଟ୍ରଫି

mahabharatanews

ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନ ଲଢି ପାରିବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

mahabharatanews