ଭାରତ

 ଭୂକମ୍ପ ମୃତ୍ୟୁ ସଂଖ୍ୟା ୫୦ ପାର

 ୨୦୨୪ ନୂଆବର୍ଷ ଦିନ ଜାପାନରେ ଅନୁଭୂତ ହୋଇଥିବା ୭.୬ ତୀବ୍ରତାର ଭୂକମ୍ପ ଓ ପରେପରେ ଅଦ୍ୟାବଧି ଅନୁଭୂତ ହୋଇଥିବା ପ୍ରାୟ ୧୫୫ଟି ଭୂକମ୍ପରେ ପ୍ରାୟ ୫୦ ଲୋକଙ୍କ ମୃତ୍ୟୁ ଘଟିବା ସହ ବହୁ ଲୋକ ଆହତ ହୋଇଛନ୍ତି ଏବଂ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ସୁନାମିରେ ଅନେକ ଘର ଓ କାର୍ ଭାସିଯାଇଛି।

ସୂଚନାନୁଯାୟୀ , ପ୍ରାୟ ୩୩,୦୦୦ ଲୋକ ଏବେ ବିଜୁଳି ଅଭାବରୁ ଅନ୍ଧାରରେ ଅଛନ୍ତି। ରାଜପଥ ସମେତ ଦେଶର ଅନେକ ରାସ୍ତା ଓ ରେଳରାସ୍ତା କ୍ଷତିଗ୍ରସ୍ତ ହୋଇଥିବାରୁ ସଡ଼କ ପରିବହନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଫଳରେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ସୋମବାର ଅପରାହ୍ଣରେ ୭.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହେବା ପରେ ପଶ୍ଚିମ ଉପକୂଳରେ ସୁନାମି ଉଠିଥିଲା ଏବଂ ଅନେକ କାର୍ ଓ ଘର ସମୁଦ୍ରକୁ ଧୋଇ ହୋଇ ଯାଇଥିଲା। ଦେଶର ନିପଟ ନୋଟୋ ପେନିନସୁଲା ଅଞ୍ଚଳ ସବୁଠାରୁ ବେଶି ପ୍ରଭାବିତ ହୋଇଥିବା ବେଳେ ସେଠାରେ ସେନା କର୍ମଚାରୀମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।

Related posts

ଦିଲ୍ଲୀ ଲାଜପତ ନାଗରର ଏକ ଶିଶୁ ଡାକ୍ତରଖାନାରେ ଅଗ୍ନିକାଣ୍ଡ

mahabharatanews

ମନ ମୋହୁଛି ଅମୃତ ଉଦ୍ୟାନ

mahabharatanews

ହେମାମାଳିନୀଙ୍କ ସହ ଲଢ଼ିବେ ବିଜେନ୍ଦର

mahabharatanews