ମନୋରଞ୍ଜନ

୮ରେ ରିଲିଜ ହେବ ଅଜୟଙ୍କ ଫିଲ୍ମ ‘Shaitaan’

(ମୁମ୍ବାଇ) :  ଅଜୟ ଦେବଗନ ଆଜିକାଲି ନିଜ ଫିଲ୍ମ ‘Shaitaan’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ସିନେମା ‘Shaitaan’ରେ ଦମଦାର ଅନ୍ଦାଜରେ ବଲିଉଡରେ ରାଜ୍ କରିବେ ଅଜୟ ଦେବଗନ । ବର୍ତ୍ତମାନ ନିର୍ମାତାମାନେ ଫିଲ୍ମର ଟ୍ରେଲର ରିଲିଜ କରିଛନ୍ତି, ଯାହା ଖୁବ୍ ରୋମାଞ୍ଚକ । ଟ୍ରେଲରରେ ଅଜୟ ତାଙ୍କ ପରିବାରକୁ ଏକ ଖରାପ ଶକ୍ତିରୁ ରକ୍ଷା କରୁଥିବାର ଦେଖିବାକୁ ମିଳୁଛି । ଟ୍ରେଲରରେ ସିନେମାର ଏକ ଝଲକ ଦେଖିବା ପାଇଁ ମିଳୁଛି ।

ସୂଚନାନୁଯାୟୀ , ନିଜ ଝିଅର ଅସହାୟ ଅବସ୍ଥା ଦେଖି ଅଜୟ ଦେବଗନ୍ କ୍ରୋଧରେ ସୈତାନ ଲଢେଇ କରୁଥିବାର ଦେଖିବାକୁ ମିଳୁଛି । ବିକାଶ ବାହଲଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ମାର୍ଚ୍ଚ ୮ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଅଜୟ ଦେବଗନ ଚଳିତ ବର୍ଷ ସେ ଅନେକ ଚଳଚ୍ଚିତ୍ର ସହିତ ଦର୍ଶକଙ୍କ ମନୋରଞ୍ଜନ କରିବାକୁ ପ୍ରସ୍ତୁତ ଅଛନ୍ତି । ‘ସୈତାନ’ପରେ ଅଭିନେତା କ୍ରୀଡା ଡ୍ରାମାରେ ଭରପୁର ମୈଦାନରେ ନଜର ଆସିବେ । ଯେଉଁଥିରେ ସେ ଫୁଟବଲ ପ୍ରଶିକ୍ଷକ ସୟଦ ଅବଦୁଲ ରହୀମ ଭୂମିକାରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ର ୨୩ଏପ୍ରିଲରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହା ବ୍ୟତୀତ ସୁପରଷ୍ଟାର ରୋହିତ ଶେଟ୍ଟୀଙ୍କ ଫିଲ୍ମ ‘ସିଙ୍ଘମ ଅଗେନ୍’ରେ ମଧ୍ୟ ନଜର ଆସିବେ ।

Related posts

 ଦ୍ବିତୀୟ ଅତିଥି ଅପେକ୍ଷାରେ ବିରାଟ ଓ ଅନୁଷ୍କା

mahabharatanews

ମୋଦୀଙ୍କୁ ଚିଠି ଲେଖିଲେ ଶିଳ୍ପା ସେଟ୍ଟୀ

mahabharatanews

ଏହି ଫିଲ୍ମରେ ଲିଡ୍ ରୋଲରେ ନଜର ଆସିବେ ଅଙ୍କିତା ଲୋଖଣ୍ତେ 

mahabharatanews