ମନୋରଞ୍ଜନ

ସୁଟିଂ ବେଳେ ବାଲକୋନିରୁ ପଡି ଆଖି ବୁଜିଲେ ଅଖିଳ ମିଶ୍ରା 

(ମୁମ୍ବାଇ) : ପରଲୋକରେ ବଲିଉଡ ଅଭିନେତା ଆମୀର ଖାନଙ୍କ ଫିଲ୍ମ ‘ଥ୍ରୀ ଇଡିଏଟସ’ରେ ଲାଇବ୍ରେରିଆନ୍ ଦୁବେ ଭୂମିକାରେ ଅଭିନୟ କରିଥିବା ଅଭିନେତା ଅଖିଳ ମିଶ୍ରା ।

ସୂଚନାନୁଯାୟୀ , ଏକ ରିପୋର୍ଟ ଅନୁଯାୟୀ ଅଭିନେତା ହାଇଦ୍ରାବାଦରେ ଏକ ପ୍ରୋଜେକ୍ଟ ପାଇଁ ଉଚ୍ଚକୋଠାରେ ସୁଟିଂ କରୁଥିଲେ। ଏହି ଉଚ୍ଚ କୋଠର ବାଲକୋନିରେ ଅଖିଳ କାମ କରୁଥିବା ସମୟରେ ଅସାବଧାନତା ହେତୁ ତଳକୁ ଖସି ପଡ଼ିଥିଲେ। ଆଉ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଛି ।  ସ୍ବାମୀ ଅଖିଳଙ୍କ ମୃତ୍ୟୁ ଖବର ପାଇବା ପରେ ପତ୍ନୀ ସୁଜାନ ବର୍ନର୍ଟ(ଜର୍ମାନ ଅଭିନେତ୍ରୀ) ଭାଙ୍ଗି ପଡ଼ିଛନ୍ତି। ସେ କହିଛନ୍ତି ଯେ, ‘ମୋର ହୃଦୟ ଭାଙ୍ଗି ଯାଇଛି, ମୋ ଜୀବନ ସାଥୀ ଚାଲିଯାଇଛନ୍ତି। ଆଉ ଏ ଜୀବନ ବଞ୍ଚିବାକୁ ମୋର ଇଚ୍ଛା ନାହିଁ।’

Related posts

ମା’ ହେଲେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର 

mahabharatanews

ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ‘ନେକଲେସ୍‌’ 

mahabharatanews

ମୌନୀଙ୍କ କାନ୍ସ ଲୁକ ହେଲା ଭାଇରାଲ

mahabharatanews