ମନୋରଞ୍ଜନ

ଆସୁଛି ଖିଲାଡୀ ବୟଙ୍କ ଫିଲ୍ମ ‘ସରଫିରା’

(ମୁମ୍ବାଇ) : ଆସୁଛି ଖିଲାଡୀ ବୟଙ୍କ ଫିଲ୍ମ ‘ସରଫିରା’। ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ ରାଧିକା ମଦନ ତାଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ। ଅକ୍ଷୟ କୁମାରଙ୍କ ଏହି ଆଗାମୀ ଚଳଚ୍ଚିତ୍ର ତାମିଲ ଇଣ୍ଡଷ୍ଟ୍ରି ସୁପରଷ୍ଟାର ସୁରିଆଙ୍କ ବ୍ଲକବଷ୍ଟର ଫିଲ୍ମ ‘ସୋରାରାଇ ପୋଟ୍ରୁ’ର ରିମେକ୍ ଅଟେ। ଏହି ଚଳଚ୍ଚିତ୍ର ପାଇଁ ସୁର୍ଯ୍ୟ ଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ମଧ୍ୟ ପାଇ ସାରିଛନ୍ତି । ଫିଲ୍ମ ‘ସରଫିରା’ରେ ଅକ୍ଷୟ କୁମାରଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବା ପାଇଁ ମିଳିବ । ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର ‘ସରଫିରା’ ୧୨ ଜୁଲାଇ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ସୂଚନାନୁଯାୟୀ ,  ଏହି ଚଳଚ୍ଚିତ୍ରର ନେଇ ୧୩ ଫେବୃଆରୀ ୨୦୨୪ରେ ଘୋଷଣା କରାଯାଇଛି । ଏହି ଚଳଚ୍ଚିତ୍ରରେ ସୀମା ବିଶ୍ୱ ଏବଂ ପରେଶ ରାୱଲ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବା ପାଇଁ ମିଳବ । ଅକ୍ଷୟ କୁମାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମ ‘ସରଫିରା’ର ଫାଷ୍ଟ ଲୁକ୍ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି – ଯଦି ତୁନେ ବଡ ସ୍ୱପ୍ନ ଦେଖୁଛ ତେବେ ଅନ୍ୟମାନେ ତୁମକୁ ପାଗଳ ବୋଲି କୁହନ୍ତି! #ସରଫିରା … ୧୨ଜୁଲାଇ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ଯାଉଛି । ଏହି ଚଳଚ୍ଚିତ୍ରର କାହାଣୀ ଏକ ଷ୍ଟାର୍ଟଅପ୍ ଏବଂ ବିମାନ ଜଗତ ଉପରେ ଆଧାରିତ । ‘

Related posts

ଶାନ୍ତିର ସହ ରାମଲଲ୍ଲାଙ୍କୁ ଦର୍ଶନ କରିପାରିଲେନି ଅରୁଣ

mahabharatanews

୧୧୦୦ କୋଟି ଆୟ କଲା ଶାହାରୁଖ୍‌ଙ୍କ ଫିଲ୍ମ‘ଯବାନ

mahabharatanews

ମାଆଙ୍କୁ ଖୁବ ଭଲପାଆନ୍ତି ସଲ୍‌ମାନ

mahabharatanews