ମନୋରଞ୍ଜନ

ମାଆଙ୍କୁ ଖୁବ ଭଲପାଆନ୍ତି ସଲ୍‌ମାନ

(ମୁମ୍ବାଇ) : ସଲ୍‌ମାନ ଖାନ୍‌ ନିଜ ପରିବାରକୁ ଖୁବ ଭଲପାଆନ୍ତି । ବିଶେଷ କରି ସେ ତାଙ୍କ ମାଆଙ୍କୁ ଖୁବ୍ ଅଧିକ ଭଲପାଆନ୍ତି। ମଙ୍ଗଳବାର ଦିନ ସଲ୍‌ମାନଙ୍କର ତାଙ୍କ ମାଆଙ୍କ ପ୍ରତି ଥିବା ସମ୍ମାନ ଓ ଭଲପାଇବା କ୍ୟାମେରା ସମ୍ମୁଖରେ ଦେଖିବାକୁ ମିଳିଛି।

ସୂଚନାନୁଯାୟୀ , ମଙ୍ଗଳବାର ମୁମ୍ବାଇରେ ସୋହେଲ୍‌ ଖାନ୍‌ଙ୍କ ଜନ୍ମଦିନ ପାର୍ଟି ଥାଏ। ସେଠାରେ ସଲ୍‌ମାନ୍‌ଙ୍କ ପୂରା ପରିବାର ନଜର ଆସିଥିଲେ। ସଲ୍‌ମାନଙ୍କର ଏକ ଭିଡିଓ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ସେ ନିଜ ମାଆଙ୍କ ହାତ ଧରି ଚାଲୁଥିବାର ନଜର ଆସିଛନ୍ତି। ତାଙ୍କ ମାଆ ସିଡ଼ଇରୁ ତଳକୁ ଓହ୍ଲାଉଥିବା ବେଳେ ତାଙ୍କ ହାତକୁ ଧରିଛନ୍ତି ସଲ୍‌ମାନ।  ସଲ୍‌ମାନଙ୍କ ସହ ବାକି ଲୋକ ବି ତାଙ୍କ ହାତ ଧରିଥିବାର ନଜର ଆସିଛନ୍ତି। ଏହା ବି ଦେଖିବାକୁ ମିଳିଛି ଯେ ସେ ତାଙ୍କ ମାଆଙ୍କର କେତେ ଧ୍ୟାନ ରଖନ୍ତି।

Related posts

ରିଲିଜ ହେଲା ଚଳଚ୍ଚିତ୍ର ‘ଖତ୍ରା, ଡେଞ୍ଜରିୟସ’ର ଟ୍ରିଜର

mahabharatanews

୮ରେ ରିଲିଜ ହେବ ଅଜୟଙ୍କ ଫିଲ୍ମ ‘Shaitaan’

mahabharatanews

 ‘ଦି କେରଳ ଷ୍ଟୋରୀ’ ଭଳି ଫିଲ୍ମ ସଫଳ ହେବା ଦେଶ ପାଇଁ ବିପଦ : ନସିରୁଦ୍ଦିନ

mahabharatanews