ମନୋରଞ୍ଜନ

ଫିଲ୍ମ ‘ଓଏମଜି-୨’ ରିଲିଜ ଉପରେ ସେନ୍ସର ବୋର୍ଡ ଲଗାଇଲେ ରୋକ୍

(ମୁମ୍ବାଇ) : ବିବାଦରେ ଛନ୍ଦି ହେଲା ଅକ୍ଷୟ କୁମାର, ପଙ୍କଜ ତ୍ରିପାଠୀଙ୍କ ଅଭିନୀତ ଚଳଚ୍ଚିତ୍ର ‘OMG 2’ ।   ଟିଜର ରିଲିଜ ହେବା ଦିନଠାରୁ ବିବାଦରେ ଛନ୍ଦି ହୋଇପଡିଛି । ଏହାରି ମଧ୍ୟରେ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ଲାଗିଛି ବଡ଼ ଝଟକା । ତାଙ୍କ ଆଗାମୀ ଚଳଚ୍ଚିତ୍ର ‘OMG 2’ର ରିଲିଜ୍ ଉପରେ ରୋକ ଲଗାଇଛନ୍ତି ସେନସର ବୋର୍ଡ ।

ସୂଚନାନୁଯାୟୀ , ଫିଲ୍ମକୁ ଆଉଥରେ ରିଭିଜନ୍ କମିଟି ନିକଟରେ ପ୍ରଦର୍ଶନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ‘OMG 2’ର ରିଲିଜ ଉପରେ ପ୍ରତିବନ୍ଧକ ଲଗାଇବା ସହ ଫିଲ୍ମ ରିଲିଜ୍ କରିବାକୁ ସେନ୍ସର ବୋର୍ଡ ପ୍ରମାଣପତ୍ର ଦେବାକୁ ମନା କରିଦେଇଛି । ଏବଂ ଫିଲ୍ମ ସମୀକ୍ଷା କମିଟିକୁ ପଠାଯାଇଛି। ତେବେ ସେନ୍ସର ବୋର୍ଡର ଏହି ନିଷ୍ପତ୍ତି ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଚ ହୋଇନାହିଁ । ଟିଜରରେ ଏପରି ଅନେକ ଦୃଶ୍ୟ ଅଛି, ଯାହାକୁ ଦେଖି ଅସନ୍ତୋଷ ବ୍ୟକ୍ତି କରିଛନ୍ତି ଲୋକେ ।

Related posts

ଖୁବଶୀଘ୍ର ପରଦାକୁ ଆସିବ ‘ଗୋଲମାଲ ୫’ 

mahabharatanews

ରିଲିଜର ୩୬ଦିନ ପୂର୍ବରୁ ୧କୋଟି ଆୟ କଲା ‘ସାଲାର’ 

mahabharatanews

ବିବାହକୁ ନେଇ ମୁହଁ ଖୋଲିଲେ ଏକତା କପୁର

mahabharatanews