ଓଡିଶା

ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା

(ଜୟନ୍ତ ସେଠୀ/ଗୋପ): ଶ୍ରୀମନ୍ଦିର ପରିସରରେ ହେବ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା । ଜଗତଗୁରୁ ଶଙ୍କରାଚାର୍ୟ୍ୟଙ୍କ ସହ ଆଲୋଚନା ପରେ ଗଜପତି ସୂଚନା ଦେଇଛନ୍ତି। ବିଧି ରକ୍ଷା ହେଉ ବୋଲି ଗୋବର୍ଦ୍ଧନ ମଠର ପୀଠାଧିଶ ଶଙ୍କରାଚାର୍ୟ୍ୟ ପରାମର୍ଶ ଦେଇଛନ୍ତି। ଆସନ୍ତା ୨୬ ତାରିଖଠାରୁ ଚନ୍ଦନ ଯାତ୍ରା ଆରମ୍ଭ ହେବାକୁ ଯାଉଛି। ଲକ ଡାଉନ ଚାଲି ଥିବାରୁ ସବୁ ଧର୍ମାନୁଷ୍ଠାନର କାର୍ୟ୍ୟକ୍ରମ ବନ୍ଦ କରାଯାଇଛି। ତେବେ ଏହି କଟକଣା ଭିତରେ କିଭଳି ଅକ୍ଷୟ ତୃତୀୟାରେ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ଅନୁକୂଳ ହେବ ସେ ନେଇ ଦ୍ଵନ୍ଦ ଉପୁଜିଥିଲା। ଏହି ପରିପ୍ରେକ୍ଷୀରେ ଶଙ୍କରାଚାର୍ୟ୍ୟଙ୍କ ସହ ଗଜପତି ଓ ଶ୍ରୀମନ୍ଦିର ପରିଚାଳନା କମିଟି ଆଲୋଚନା କରିଥିଲେ। ଶ୍ରୀମନ୍ଦିରରେ ଆଗାମୀ ପୂଜାବିଧି ନେଇ ଆଲୋଚନା ହୋଇଥିଲା। ଅନେକ ଆଲୋଚନା ପରେ ଚନ୍ଦନ ଯାତ୍ରା ନେଇ ନିଷ୍କର୍ସ ବାହାରିଥିଲା।

ମନ୍ଦିର ବାହାରେ ନହେଲେ ଭିତରେ ହେଉ। ବିଧି ରକ୍ଷା ହେଉ ବୋଲି ଶଙ୍କରାଚାର୍ୟ୍ୟ ପରାମର୍ଶ ଦେଇଛନ୍ତି। ମେଘନାଦ ପାଚେରୀ ଭିତରେ ଚନ୍ଦନ ଯାତ୍ରା ବିଧି ଓ ନୀତିକାନ୍ତି ପାଳନ କରାଯିବ ବୋଲି ସେ ପରାମର୍ଶ ଦେଇଥିବା ମହାରାଜା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଲକ୍ଡାଉନ୍ ଯୋଗୁଁ ମେ ୩ ପର୍ୟ୍ୟନ୍ତ କୌଣସି ବାହାର ଯାତ୍ରା ହୋଇପାରିବନି। ତେବେ ବର୍ତ୍ତମାନର କରୋନା ପରିସ୍ଥିତି ଯୋଗୁଁ କିଭଳି ରଥଯାତ୍ରାର ଆୟୋଜନ କରାଯିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ। ରଥଯାତ୍ରା ଜୁନ ମାସରେ ଥିବାରୁ ଲକ ଡାଉନ ଉଠିବା ପରେ ଯାହା କିଛି ଆଲୋଚନା ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ଗଜପତି ସୂଚନା ଦେଇଛନ୍ତି। ସରକାରଙ୍କ କୋଭିଡ୍-୧୯ ଗାଇଡ୍ ଲାଇନ୍ ମାନି ନୀତିକାନ୍ତି ହେବ। ଲକ୍ ଡାଉନ୍ ନିୟମ ମାନି କିପରି ରଥଯାତ୍ରା ହେବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଉପରେ ଦାୟିତ୍ୱ ଦିଆଯିବ ବୋଲି ସେ କହିଛନ୍ତି ।ରାଜ୍ୟ ସରକାର ଯାହା ନିଷ୍ପତ୍ତି ନେବେ, ଆମେ ମାନିବୁ ବୋଲି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି। ଆମେ ରଥ ଗଢ଼ା ହେବା ପାଇଁ ଚାହୁଁଛୁ, ରଥଯାତ୍ରା ହେଉ ବୋଲି ଗଜପତି କହିଥିଲେ। ମେ ୩ ଯାଏଁ ଶ୍ରୀମନ୍ଦିର ଭିତରେ ଶ୍ରୀଜିଉଙ୍କ ସବୁ ନୀତିକାନ୍ତି ହେବ। ଶ୍ରୀମନ୍ଦିରର କେଉଁଠି, କିପରି ନୀତି ହେବ କାଲି ଶନିବାର ସକାଳେ ସେବକ ମାନଙ୍କ ସହ ଆଲୋଚନା ହେବ ବୋଲି ସେ କହିଥିଲେ।ତେବେ ବର୍ତ୍ତମାନର କରୋନା ପରିସ୍ଥିତି ଯୋଗୁଁ କିଭଳି ରଥଯାତ୍ରାର ଆୟୋଜନ କରାଯିବ ସେ ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ତେବେ ସାରା ବିଶ୍ୱରେ କରୋନା ଭୟ ଲାଗି ରହିଥିବାବେଳେ ବିଶ୍ୱକର୍ତ୍ତା ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଯେପରି ବନ୍ଦ ନ ହୁଏ, ସେଥିଲାଗି ଛତିଶାନିଯୋଗ ପକ୍ଷରୁ ଜଗତଗୁରୁ ଶଙ୍କରାଚାର୍ୟ୍ୟଙ୍କୁ କେତେକ ପ୍ରସ୍ତାବ ଦିଆଯାଇଥିଲା।

Related posts

ସନ୍ଧ୍ୟାରେ ବର୍ଷା ସମ୍ଭାବନା, ଘରୁ ନ ବାହାରିବାକୁ ପରାମର୍ଶ

mahabharatanews

ଭୁବନେଶ୍ୱରରେ ଜୟଶଙ୍କର

mahabharatanews

ମୁଖ୍ୟମନ୍ତ୍ରୀଙ୍କ ଧର୍ମକୁ ଆଖିଠାର

mahabharatanews