ଓଡିଶା

ଆସନ୍ତାକାଲି ପ୍ରବଳ ବର୍ଷା ସମ୍ଭାବନା, ୬ ଜିଲ୍ଲାକୁ ରେଡ୍‌ ଓ୍ଵାର୍ଣ୍ଣିଂ ଜାରି  

(ଭୁବନେଶ୍ୱର) :  ବଙ୍ଗୋପସାଗରର ଲଘୁଚାପ କ୍ଷେତ୍ର ଏବେ ସକ୍ରିୟ ରହିଛି। ଏହା ଘନୀଭୂତ ହୋଇ ସୁଦୃଶଃ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଆସନ୍ତା ୨ ଦିନ ମଧ୍ୟରେ ଏହା ଓଡ଼ିଶା ଓ ଛତିଶଗଡ଼ ଅତିକ୍ରମ କରିବାର ସମ୍ଭାବନା ରହିଛି। ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ୍‌ ୧୫ ସେପ୍ଟେମ୍ବର, ଶୁକ୍ରବାର ଅପରାହ୍ନ ମଧ୍ୟରେ ୬ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୯ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଓ ୬ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସୂଚନାନୁଯାୟୀ, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, ବରଗଡ଼, ନୂଆପଡ଼ା ଓ ସମ୍ବଲପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା  ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ଲାଲ୍‌ ଚେତାବନୀ ବା ରେଡ୍‌ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ନବରଙ୍ଗପୁର, କନ୍ଧମାଳ, ବୌଦ୍ଧ, କଟକ, ଦେବଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା (୭ରୁ ୨୦ ସେମି) ହେବାର ସମ୍ଭାବନା ରହିଛି। ସେଥିପାଇଁ ଏହି ଜିଲ୍ଲାଗୁଡ଼ିକୁ କମଳା ଚେତାବନୀ ବା ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି।

Related posts

ପରୀ ହତ୍ୟା: ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

mahabharatanews

ଦୁଇ ବର୍ଷ ହେବ ବିଜୁଳି ଅପେକ୍ଷାରେ ଚଳୁଛନ୍ତି ଗାଙ୍ଗଫୁଲା ଗ୍ରାମବାସୀ

mahabharatanews

ମିଳିଲାନି ମହାପ୍ରୟାଣ ଗାଡି, ଟ୍ରଲିରେ ବୁହା ହେଲା ଶବ

mahabharatanews