(ମୁମ୍ବାଇ) : ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ବିଧୁ ବିନୋଦ ଚୋପ୍ରାଙ୍କ ଫିଲ୍ମ ’12th Fail’ ଲୋକଙ୍କ ମନ ଜିଣିବା ସହ ସୁପରହିଟ୍ ପ୍ରମାଣିତ ହୋଇଛି । ପ୍ରେକ୍ଷାଳୟରେ ଚହଳ ସୃଷ୍ଟି କରିବା ପରେ ଏହି ଚଳଚ୍ଚିତ୍ରଟି OTT ପ୍ଲାଟଫର୍ମରେ ସିନେପ୍ରେମୀଙ୍କୁ ଖୁବ୍ ଇମପ୍ରେସ କରିଥିଲା । ଫିଲ୍ମ ‘ଅଲ ଇଣ୍ଡିଆ ରାଙ୍କ’ର ଟ୍ରେଲର ସେୟାର କରିବାବେଳେ ବିକି କୌଶଲ କ୍ୟାପସନରେ ଲେଖିଛନ୍ତି – ସିନେମା ଜଗତରେ ଆମର ଉଭୟ ଇଞ୍ଜିନିୟରଙ୍କ ଯାତ୍ରା’ ମସାନ ‘ରୁ ଆରମ୍ଭ ହୋଇଥିଲା । ‘ଅଲ ଇଣ୍ଡିଆ ରାଙ୍କ’ର ଟ୍ରେଲର ସୋସିଆଲ ମିଡିଆରେ ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଦର୍ଶକ ଏହି ଦମଦାର ଟ୍ରେଲରକୁ ବେଶ୍ ପସନ୍ଦ କରୁଛନ୍ତି । ଏହି ଫିଲ୍ମ ୨୩ଫେବୃଆରୀ ୨୦୨୪ରେ ମୁକ୍ତିଲାଭ କରିବ।
ବର୍ତ୍ତମାନ ସମାନ କାହାଣୀକୁ ନେଇ ଆଉ ଫିଲ୍ମ ରିଲିଜ୍ ହେବା ପାଇଁ ଯାଉଛି । ଆଜ୍ଞା ହଁ ସିନେମା ‘ଅଲ୍ ଇଣ୍ଡିଆ ରାଙ୍କ୍’ ବର୍ତ୍ତମାନ ଲୋକଙ୍କୁ ମନୋରଞ୍ଜନ କରିବାକୁ ପ୍ରସ୍ତୁତ । ଫିଲ୍ମର ଟ୍ରେଲର ରିଲିଜ୍ ହୋଇଯାଇଛି । ବଲିଉଡ ଅଭିନେତା ବିକି କୌଶଲ ଫିଲ୍ମର ଟ୍ରେଲରକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିଲେ । ଏହି ଫିଲ୍ମରେ ଆଇଆଇଟି ସିଟ୍ ପାଇବା ପାଇଁ ଛାତ୍ରଛାତ୍ରୀଙ୍କୁ କେତେ ପରିଶ୍ରମ କରିବା ପାଇଁ ପଡୁଛି ତାହାକୁ ନେଇ ସିନେମାର କାହାଣୀ ଗତିଶିଳ ।
